ମାରୁତି-ସୁଜୁକୀ ଏପ୍ରିଲ ୧ ପରଠାରୁ ଆଉ ଡିଜେଲ କାର ବିକ୍ରି କରିବ ନାହିଁ

0 612

ନୂଆଦିଲ୍ଲୀ : ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଆସନ୍ତା ୨୦୨୦ ଏପ୍ରିଲ ୧ ପରଠାରୁ ଆଉ କୌଣସି ଡିଜେଲ କାର ବିକ୍ରି କରିବ ନାହିଁ । ଏ ସଂପର୍କରେ କମ୍ପାନିର ଅଧ୍ୟକ୍ଷ ଆରସି ଭାର୍ଗବ ଆଜି ଘୋଷଣା କରିଛନ୍ତି । ଏବେ କମ୍ପାନି ବିକ୍ରି କରୁଥିବା କାର ମଧ୍ୟରୁ ୨୩ ପ୍ରତିଶତ ହେଉଛି ଡିଜେଲ କାର । ଆସନ୍ତା ବର୍ଷଠାରୁ ଦେଶରେ ବିଏସ-୬ ପ୍ରଦୂଷଣ ନିୟମ ଲାଗୁ ହେବାକୁ ଥିବାବେଳେ ଏହି ମାନଦଣ୍ଡକୁ ପାଳନ କରି ଡିଜେଲ ମଡେଲ ଛାଡିବା ବେଶ ମହଙ୍ଗା ହୋଇଯିବ ବୋଲି କମ୍ପାନି ମନେ କରୁଛି ।

hiring

ଗତ ଜାନୁୟାରୀ ମାସରେ ମାରୁତି ସୁଜୁକୀ ଘୋଷଣା କରିଥିଲା ଯେ ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍‌ କାର ବଜାରକୁ ଛାଡ଼ିବ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ । ଗୁଜୁରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜୁରାଟ ସମ୍ମିଳନୀରେ ଯୋଗଦେଇ ସୁଜୁକୀ ମୋଟର କର୍ପୋରେସନର ଅଧ୍ୟକ୍ଷ ତୋହିସିରୋ ସୁଜୁକୀ ଏହା କହିଥିଲେ । କମ୍ପାନି ୨୦୨୦ରେ ଗୁଜୁରାଟରେ ନିଜର ୩ୟ ପ୍ଲାଣ୍ଟ ଖୋଲିବ ଓ ଟୟୋଟା ସହଯୋଗରେ ହାଇବ୍ରିଡ କାର ଆସେମ୍ଲ କରିବ ।

hiranchal ad1
Leave A Reply

Your email address will not be published.

six − 1 =