ବାତ୍ୟା ପରେ ନିଜର ଫାର୍ମହାଉସକୁ ସଫା କରୁଛନ୍ତି ସଲମାନ, ଭିଡିଓ ହେଲା ଭାଇରାଲ

0 245

ଲକଡାଉନ ସମୟରେ ନିଜର ଫାର୍ମହାଉସରେ ସଲମାନ ଖାନ ଏବେ ନିଜର ଦିନ କଟାଉଛନ୍ତି । ଏହି ଫାର୍ମହାଉସରେ ତାଙ୍କ ସହ ଭଉଣୀ ଅର୍ପିତା, ଆକ୍ଟର ଆୟୁଷ ଶର୍ମା, ଅଭିନେତ୍ରୀ ଜ୍ୟୋକଲିନ ଫର୍ଣ୍ଣାଡିଜ ଓ ୟୁଲିଆ ବନ୍ତୁର ମଧ୍ୟ ରହୁଛନ୍ତି । ଏବେ ନିକଟରେ ମହାରାଷ୍ଟ୍ରରେ ନିସର୍ଗ ବାତ୍ୟା ପ୍ରଭାବରେ ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟା ପ୍ରଭାବରେ ଭାଇଜାନଙ୍କ ଫାର୍ମହାଉସରେ ମଧ୍ୟ ପଡିଥିଲା ।

hiring

ଗଛପତ୍ର ଭାଙ୍ଗି ରାସ୍ତା ପଡିଥିଲା । ଏହାକୁ ନିଜର କର୍ମଚାରୀଙ୍କ ସହ ମିଶି ଭାଇଜାନ ସଫା କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିଶେଷ କରି ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ଏହି ଭିଡିଓ ବେଶୀ ଭାଇରାଲ ହୋଇଛନ୍ତି । ଭିଡିଓକୁ ସଲମାନ ନିଜର ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି-ସ୍ୱଚ୍ଛ ଭାରତ । ସେହିପରି ଭିଡିଓରେ ୟୁଲିଆ ବନ୍ତୁର ମଧ୍ୟ ଝାଡୁ ଧରି ସଫା କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓଙ୍କୁ ସଲମାନଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nine + twelve =