ମହିଳାମାନଙ୍କୁ କାହିଁକି ଧୋକା ଦିଅନ୍ତି ପୁରୁଷ

0 243

ମଣିଷଙ୍କ ସମ୍ପର୍କ ବିଶେଷକରି ସ୍ତ୍ରୀ-ପୁରୁଷଙ୍କ ସମ୍ବନ୍ଧ ବିଶ୍ୱାସ ଏବଂ ଭରସାରେ ଯୋଡ଼ିଥାଏ । କିନ୍ତୁ ଏଭଳି କାହିଁକି ହୁଏ କି ଗୋଟେ ମୁହୂର୍ତ୍ତରେ ବର୍ଷକର ସମ୍ପର୍କରେ ଫାଟ ଆସିଯାଏ ଏବଂ ତାହା ଭାଙ୍ଗିଯାଏ । କାହିଁକି ହାତରେ ହାତ ରଖି ଚାଲୁଥିବା ମଣିଷ ହଠାତ୍‌ରେ ବିଶ୍ୱାସଘାତ କରେ । ମହିଳା ହୁଅନ୍ତି ଅବା ପୁରୁଷ ଧୋକା ସମସ୍ତେ ଦିଅନ୍ତି । ହେଫିଙ୍ଗ୍‌ଟନ୍ ପୋଷ୍ଟର ଏକ ସର୍ଭେ ମୁତାବକ ପାଖାପାଖି ୬୦ ପ୍ରତିଶତ ପୁରୁଷ ନିଜ ପ୍ରେମିକାଙ୍କୁ ଧୋକା ଦେଇଥାନ୍ତି । ଏହି ଅଙ୍କ ପଶ୍ଚିମ ଦେଶ ମୁତାବକ ଦିଆଯାଇଛି କିନ୍ତୁ ଆମ ସମାଜରେ ମଧ୍ୟ ଧୋକା ହୋଇଥାଏ ଏବଂ ବଡ଼ ଆକାରରେ ହୋଇଥାଏ । କିନ୍ତୁ ଗୋଟିଏ ପ୍ରଶ୍ନ ମୁଣ୍ଡକୁ ଆସେ ଏଭଳି ହୁଏ କାହିଁକି? ଧୋକାର ପରିସ୍ଥିତି କାହିଁକି ଆସେ । କେବଳ ମଜାରେ ଏଭଳି ନିଷ୍ପତି ନିଆଯାଏ ବା ଧୋକା ଦେବା ପୁରୁଷଙ୍କ ପ୍ରକୃତି? ଆସନ୍ତୁ ଜାଣିବା ପୁରୁଷଙ୍କ ଧୋକା ଦେବାର କାରଣ….
ଭାବନାତ୍ମକ ଅସନ୍ତୋଷ
ଅଲଗା ହେବା ବା ଧୋକା ଦେବାର ବଡ଼ କାରଣ ହେଉଛି ଭାବନାତ୍ମକ ଅସନ୍ତୋଷ ହେବା । ଏମିତି ନୁହେଁ କି ପୁରୁଷମାନେ ଭାବନାତ୍ମକ ନୁହନ୍ତି, ସେମାନେ ମଧ୍ୟ ଭାବୁକ ଥାନ୍ତି । କିନ୍ତୁ ଯେତେବେଳେ ତାଙ୍କୁ ତାଙ୍କ ସାଥୀଙ୍କ ଠାରୁ ସେଭଳି ଭାବନାତ୍ମକ ସହଯୋଗ ମିଳିନଥାଏ ଯାହା ସେମାନେ ଇଛା ରଖନ୍ତି ସେତେବେଳେ ସେ ବାଧ୍ୟ ହୋଇ ବାହାରେ ଖୋଜିବାରେ ଲାଗନ୍ତି । ଏହି ନିୟମ ଦୁଇଜଣଙ୍କ ପାଇଁ ଉପଯୋଗ ହେଉଛି ।
କିଛି ଅଲଗା କରିବାର ଇଛା
ପୁରୁଷ ସର୍ବଦା କିଛି ନୂଆ କରିବାରେ ଲାଗିପଡ଼ିଥାନ୍ତି । ସେମାନେ ପ୍ରତିଦିନର ଜୀବନରେ କିଛି ନୂଆ ଚାହିଁଥାନ୍ତି ଏବଂ ସବୁବେଳେ ରୋମାଞ୍ଚକ ଜିନିଷରେ ଯୋଡ଼ିବାକୁ ଚାହାଁନ୍ତି । ସେମାନେ ଖୁବ୍ ଶୀଘ୍ର କୌଣସି ଜିନିଷରେ ବୋର୍ ହୋଇଯାଆନ୍ତି ଏବଂ ଏହି କାରଣ ଥାଏ କି ସେମାନେ ସର୍ବଦା ବଦଳିବାର ପ୍ରୟାସରେ ଲାଗି ପଡ଼ନ୍ତି ।
ଅଭ୍ୟାସରେ ତାଳମେଳର ଅଭାବ
କେବେକେବେ ପତି-ପତ୍ନୀଙ୍କ ଅଭ୍ୟାସରେ ତାଳମେଳର ଅଭାବ ଥାଏ । ଏଭଳି କ୍ଷେତ୍ରରେ କୌଣସି ପୁରୁଷ ଅନ୍ୟ କୌଣସି ମହିଳାଙ୍କ ସହିତ ନିଜ ମନର କଥା ପ୍ରକାଶ କରନ୍ତି । ଏହି ସମ୍ପର୍କ ବନ୍ଧୁତ୍ୱରେ ବଦଳି ଯାଏ ଏବଂ ଅନ୍ୟ ମହିଳାଙ୍କ ସହିତ ନିକଟତର ସମ୍ପର୍କ ଗଢ଼ି ଉଠେ ।

hiring
Woman confronting her boyfriend after being caught with other woman


ମହିଳା ସହକର୍ମୀ
ପୁରୁଷ ଯେଉଁଠି କାମ କରନ୍ତି ସେଠାରେ ସେମାନଙ୍କ ଅଧିକ ସମୟ ବିତିଥାଏ । ଏହି ସମୟରେ ମହିଳା ସହକର୍ମୀଙ୍କ ସହ ନିକଟତର ହେବା କିଛି ବଡ଼ କଥା ନୁହେଁ । କାମ ସମୟରେ କୌଣସି ମହିଳାଙ୍କ ସହିତ ଦେଖା ହେବା ସହଜ ଥାଏ ।
ସମ୍ପର୍କରେ ସତେଜତା ନରହିବା
ଯଦି ସମ୍ପର୍କରେ ସତେଜ କମି ଯାଏ ତେବେ ତାହା ସମୟ ମୁତାବକ ଝାଉଁଳି ପଡ଼ିଥାଏ । ପ୍ରାୟ ପତି-ପତ୍ନୀଙ୍କୁ ଲାଗେ କି ତାଙ୍କ ସମ୍ପର୍କରେ ତାଳମେଳର ଅଭାବ ଦେଖାଯାଉଛି । ତାଙ୍କ ମଧ୍ୟରେ ରୋମାନ୍ସ ଆଉ ନାହିଁ । ଏହି ସମୟରେ ପୁରୁଷମାନେ ନୂଆ ସମ୍ପର୍କରେ ଖୋଜିବାରେ ଲାଗିପଡ଼ନ୍ତି ।
ସେକ୍ସ ଲାଇଫ୍‌
ଯଦି କୌଣସି ଯୋଡ଼ାଙ୍କ ସେକ୍ସ ଲାଇଫ୍‌ରେ କୌଣସି ଅସୁବିଧା ଥାଏ ତେବେ ତାର ସବୁଠାରୁ ଗଭୀର ପ୍ରଭାବ ପୁରୁଷଙ୍କ ମନ ଉପରେ ପଡ଼ିଥାଏ ଯେଉଁଥିପାଇଁ ସେ ଅନ୍ୟ ସ୍ତ୍ରୀ ବିଷୟରେ ଚିନ୍ତା କରିଥାନ୍ତି ।
ସାଙ୍ଗମାନଙ୍କ କାରଣ ଯୋଗୁଁ
ସାଙ୍ଗମାନଙ୍କ କଥାରେ ପଡ଼ି ବହୁତ ପୁରୁଷ ବିବାହ ପରେ ଅଫେୟାର ଚଲାନ୍ତି ଏବଂ ନିଜ ସ୍ତ୍ରୀଙ୍କୁ ଧୋକା ଦିଅନ୍ତି । କିଛି ପୁରୁଷ ଏହାକୁ ଆନନ୍ଦ ବା ମଜା ହିସାବରେ ନିଅନ୍ତି । ତାଙ୍କୁ ଏଥିରେ କିଛି ଭୁଲ ବା ଖରାପ ଲାଗେନି । କୌଣସି ସମ୍ପର୍କକୁ ଆଗକୁ ନେବାରେ ସବୁଠାରେ ବେଶି ଯୋଗଦାନ ବିଶ୍ୱାସ ଏବଂ ପ୍ରେମର ଥାଏ । ପ୍ରେମର ଗାଡ଼ିର ବିଶ୍ୱାସ ହେଉଛି ମହତ୍ୱପୂର୍ଣ୍ଣ ଚକ ।

hiranchal ad1
Leave A Reply

Your email address will not be published.

3 × three =