ଶାଶୂର ନାକ କାମୁଡି ଦେଲା ଜ୍ୱାଇଁ ; କାନ କାଟିଦେଲେ ସମୁଦି, କାରଣ ପଢନ୍ତୁ

0 1,001

ବରେଲି : ବରେଲି ଜିଲ୍ଲାର ନାକାତିଆ ଅଂଚଳରେ ଯୋ÷÷ତୁକ ମାମଲାକୁ ନେଇ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦାବି ମୁତାବକ ଅତିରିକ୍ତ ଯୋ÷÷ତୁକ ଟଙ୍କା ନମିଳିବାରୁ ଜ୍ୱାଇଁ ଶାଶୂର ନାକ କାମୁଡି ଦେଇଥିବା ବେଳେ ସମୁଦି ଏକ ଛୁରିରେ କାନ କାଟି ଦେଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଏହି ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁଯାୟୀ ଭାରତୀୟ ଖାଦ୍ୟ ନିଗମରେ କାର୍ଯ୍ୟ କରୁଥିବା ଜି ରେହମାନ୍ଙ୍କ ଝିଅ ଚାନ୍ଦ୍ ବର୍ଷକ ତଳେ ବରେଲିର ସଂପତ୍ତି ବ୍ୟବସାୟୀ ମହମ୍ମଦ ଆସଫାକଙ୍କୁ ବିବାହ କରିଥିଲେ । ବିବାହ ବେଳେ ରେହମାନ୍ ଜ୍ୱାଇଁଙ୍କ ୧୦ଲକ୍ଷ ଟଙ୍କାର ଯୋ÷÷ତୁକ ଦେଇଥିଲେ । ତେବେ ଚାନ୍ଦ ଏକ ଶିଶୁକନ୍ୟା ଜନ୍ମ ଦେବାପରେ ଆସଫାକ୍ ଆଉ ୫ଲକ୍ଷ ଟଙ୍କା ଦାବି କରିଥିଲେ । ରେହମାନ୍ ଏହି ଟଙ୍କା ଦେବାକୁ ମନା କରିଦେବାରୁ ଚାନ୍ଦଙ୍କୁ ଆସଫାକ୍ ମାରପିଟ୍ କରିବା ସହ ଘରୁ ବିଦା କରିଦେଇଥିଲେ । ସବୁ ଘଟଣା ଶୁଣିବା ପରେ ରେହମାନ୍ ଝିଅ ଶାଶୂଘରକୁ ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନ ଗୁଲସନ ମଧ୍ୟ ଯାଇଥିଲେ । ଘଟଣା ନେଇ ଆଲୋଚନା ଚାଲିଥିଲା ବେଳେ ଦୁଇ ପରିବାର ମଧ୍ୟରେ ଭୀଷଣ ଝଗଡା ହୋଇଥିଲା । ଆସଫାକ୍ ଓ ତାଙ୍କ ବାପା ଇଜହାର କ୍ରୋଧର ସୀମା ଅତିକ୍ରମ କରିଥିଲେ । ହିତାହିତ ଜ୍ଞାନ ହରାଇ ପ୍ରଥମେ ଆସଫାକ୍ ଶାଶୂଙ୍କ ନାକକୁ କାମୁଡି ଦେଇଥିଲେ । ଏଥିରେ ନାକ ଖଣ୍ଡିଆ ହୋଇ ରକ୍ତ ବୋହିଥିଲା, ଏହାପରେ ସମୁଦି ଇଜହାର ଗୁଲସନଙ୍କ କାନ କାଟିଦେଇଥିଲେ । ଏହାପରେ ଉଭୟ ବାପପୁଅ ଫେରାର ହୋଇଯାଇଥିଲେ । ଏବେ ଗୁଲସନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ରହିଥିବାରୁ ପୁଲିସ ସୁରକ୍ଷା ବ୍ୟବସ୍ଥା କରିଛି । ଉଭୟଙ୍କ ନାଁରେ ବରେଲି କ୍ୟାଣ୍ଟନମେଣ୍ଟ ଥାନାରେ ଏଫଆଇଆର୍ ଦାୟର କରାଯାଇଛି ।

hiranchal ad1
Leave A Reply

Your email address will not be published.

17 − 3 =