ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ଗୁଗଲ୍‌ ସର୍ଚ୍ଚ କରିଥିଲେ

0 64

ମୁମ୍ବାଇ : ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରି ନାହିଁ । ବର୍ତ୍ତମାନ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଗୁଗୁଲରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାକୁ ଚାହିଁଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଗୁଗୁଲରେ ସର୍ଚ୍ଚ କରିଥିବା ତିନୋଟି ଜିନିଷ ମଧ୍ୟରୁ ନିଜର ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବିଷୟରେ ମଧ୍ୟ ସର୍ଚ୍ଚ କରିଥିଲେ । ସୁଶାନ୍ତ ଦିଶାଙ୍କ ଆତ୍ମହତ୍ୟାକୁ ନେଇ ଦୁଃଖିତ ଥିବା ବେଳେ ତାଙ୍କ ଆତ୍ମହତ୍ୟାକୁ ନେଇ ସୁଶାନ୍ତଙ୍କ ବିଷୟରେ କ’ଣ ଖବର ଲେଖାଯାଇଛି, ସେ ନେଇ ଗୁଗଲରେ ୨ଘଣ୍ଟା କାଳ ସୁଶାନ୍ତ ସର୍ଚ୍ଚ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 2 =