ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ବିମାନ ମଝି ସିଟ୍ ଖାଲି ରହିବ

0 45

ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତୀୟଙ୍କୁ ଆଣୁଥିବା ବିମାନ ପାଇଁ ସୁପ୍ରିମ୍‌କୋର୍ଟ କେତେକ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିମାନଗୁଡ଼ିକର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୬ ପରେ ଏହି ନିୟମ ଲାଗୁ ହେବ । କାରଣ ଏହି ତାରିଖ ଯାଏଁ ବିମାନର ସିଟ୍ ବୁକିଂ ଶେଷ ହୋଇଯାଇଛି । ବମ୍ବେ ହାଇକୋର୍ଟ ଶୁଣାଇଥିବା ଏକ ନିଷ୍ପତ୍ତିକୁ ଆଧାର କରି ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସାମାଜିକ ଦୂରତା ଏକ ବାଧ୍ୟତାମୂଳକ ନିୟମ ହୋଇଛି । ଏହି ନିୟମକୁ ସବୁ କ୍ଷେତ୍ରରେ ଲାଗୁ କରାଯାଇଛି । ତେଣୁ ବିମାନ ଯାତ୍ରା ବେଳେ ମଧ୍ୟ ବିମାନ ଭିତରେ ଏହି ନିୟମ ଲାଗୁ ହେବ । ନିକଟରେ ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ମଝି ସିଟ୍ ଖାଲି ରଖିବାକୁ କହିଥିଲେ । ଏହାକୁ ନେଇ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଆଜି ସୁପ୍ରିମ୍‌କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବାରୁ ଉଭୟ କେନ୍ଦ୍ର ସରକାର ଓ ଏୟାର ଇଣ୍ଡିଆ ତାହାକୁ ପାଳନ କରିବାକୁ ବାଧ୍ୟ । ବର୍ତ୍ତମାନ ସରକାର ବିଦେଶରେ ଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି । ପର୍ଯ୍ୟାୟକ୍ରମେ ଭାରତୀୟମାନେ ବିମାନରେ ଆସୁଛନ୍ତି । ଏଠାରେ ପହଞ୍ଚିବା ପରେ ସେମାନଙ୍କର ଫର୍ମାଲ୍ ସ୍କ୍ରିନିଂ କରାଯାଉଛି । କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହୋଇଛି । ତେବେ ବିମାନ ଭିତରେ ଯାତ୍ରୀ ମଧ୍ୟରେ ବ୍ୟବଧାନ ନରହିଲେ ସଂକ୍ରମଣର ଆଶଙ୍କା ଥାଏ । ଏହି କାରଣରୁ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + 3 =