୧୮ ଲକ୍ଷ ଟପିଲା କରୋନା ସଂକ୍ରମଣ

0 56

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବ୍ରାଜିଲ୍‌ ଦେଶର ସଂକ୍ରମଣ ସଂଖ୍ୟା ଆଡ଼କୁ ଗତି କରୁଛି । ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୫୨ ହଜାର୯୭୩ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୭୭୧ ପ୍ରାଣ ହରାଇବା ପରେ ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୭ ଜଣ, ଆନ୍ଧ୍ରପ୍ରଦେଶରେ ୧୪୦୭ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୧ ଜଣ, ବିହାରରେ ୩୦୯ଜଣ, ଚଣ୍ଡିଗଡରେ ୧୮ଜଣ, ଛତିଶଗଡରେ ୫୫ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୮୯ଜଣ, ଗୋଆରେ ୪୮ଜଣ, ଗୁଜରାଟରେ ୨୪୬୪ଜଣ, ହରିୟାଣାରେ ୪୨୮ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୮୮ଜଣ, ଝାଡଖଣ୍ଡରେ ୧୧୩ଜଣ, କର୍ଣ୍ଣାଟକରେ ୨୪୧୨ଜଣ, କେରଳରେ ୮୧ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୭୬ଜଣ, ମହାରାଷ୍ଟ୍ରରେ ୧୫୩୧୬ଜଣ, ମଣିପୁର ୬, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡିଶାରେ ୧୮୭ ଜଣ, ପୁଦ୍ଦୁଚେରୀରେ ୫୧ଜଣ, ପଞ୍ଜାବରେ ୪୦୫ଜଣ, ରାଜସ୍ଥାନରେ ୬୯୦ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୦୩୪ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୩ଜଣ, ଉତ୍ତରାଖଣ୍ଡରେ ୮୩ଜଣ, ଉତ୍ତରପ୍ରଦେଶରେ ୧୬୭୭ଜଣ ଏବଂ ପଶ୍ଚମବଙ୍ଗରେ ୧୬୨୯ ଜଣ ।

hiranchal ad1
Leave A Reply

Your email address will not be published.

twenty − 18 =