ସଂକ୍ରମଣ ସ୍ଥିତି ଅଣାୟତ୍ତ

0 54

ଆଦିଲ୍ଲୀ: ଭାରତରେ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଦେଶ ତୁଳନାରେ ଦୈନିକ ବା ଦିନକର ସଂକ୍ରମଣ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପଡ଼ିଛି । ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଛି । ପୂର୍ବରୁ ଦିନକର ସଂକ୍ରମଣ ସଂଖ୍ୟା ୬,୭୬୭ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ଼ ଭଙ୍ଗ କରି ୬,୯୭୭ରେ ପହଞ୍ଚିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୮୪୫ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୪,୦୨୧କୁ ବୃଦ୍ଧି ପାଇଥିବା ବେଳେ ୫୭ ହଜାର ୭୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୋମବାର ଏହି ସୂଚନା ଦେଇଛି । ଏହି ସୂଚନା ଅନୁଯାୟୀ ମହାରାଷ୍ଟ୍ର ଏବେ ମଧ୍ୟ ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି । ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ ହଜାର ୨୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୩୫କୁ ବୃଦ୍ଧି ପାଇଛି । ସେହିପରି, ମଧ୍ୟପ୍ରଦେଶରେ ସଂକ୍ରମଣ ସଂଖ୍ୟା ୬,୬୬୫ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୯୦ ଛୁଇଁଥିବା ଜଣାପଡ଼ିଛି । ସେହିପରି, ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ସଂଖ୍ୟା ୨,୮୩୩, ବିହାର, ୨,୫୮୭, ଗୁଜୁରାଟ, ୧୪,୦୫୬, ରାଜସ୍ଥାନ ୭,୦୨୮, ପଞ୍ଜାବ ୨,୦୬୦, ତାମିଲନାଡୁ, ୧୬,୨୭୭, ତେଲେଙ୍ଗାନା ୧୮୫୪, ଉତ୍ତରପ୍ରଦେଶ ୬,୨୬୮ ଓ ପଶ୍ଚିମବଙ୍ଗରେ ୩,୬୬୭ ରହିଛି । ମୃତ୍ୟୁସଂଖ୍ୟା ଆନ୍ଧ୍ରପ୍ରଦେଶରେ ୫୬, ବିହାରରେ ୧୩, ଦିଲ୍ଲୀରେ ୨୬୧, ଗୁଜୁରାଟରେ ୮୫୮, କର୍ଣ୍ଣାଟକରେ ୪୨, ପଞ୍ଜାବରେ ୪୦, ରାଜସ୍ଥାନରେ ୧୩୩, ତାମିଲନାଡୁରେ ୧୧୧, ତେଲେଙ୍ଗାନାରେ ୫୩, ଉତ୍ତରପ୍ରଦେଶରେ ୧୬୧ ଓ ପଶ୍ଚିମବଙ୍ଗରେ ୨୭୨ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

four × four =