କ୍ୱାରେଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

0 53

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କରୋନା ସଂକ୍ରମିତ ଜଣା ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀମାନେ ନିଜକୁ ଆଇସୋଲେଟ୍‌ କରିବା ଆରମ୍ଭ କରି ଦେଇଛନ୍ତି । ଏହାର ଆରମ୍ଭ କେନ୍ଦ୍ର ସଞ୍ଚାର ଏବଂ ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି । ରବିଶଙ୍କର ପ୍ରସାଦ ନିଜକୁ କ୍ୱାରେଣ୍ଟାଇନ୍‌ କରି ନେଇଛନ୍ତି । ଶନିବାର ସନ୍ଧ୍ୟାରେ ରବିଶଙ୍କର ପ୍ରସାଦ, ଅମିତ ଶାହଙ୍କୁ ଦେଖା କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ପରି ଗୃହ ସଚିବ ଅଜୟ କୁମାର ଭଲ୍ଲା ନିଜକୁ ସେଲ୍ଫ କ୍ୱାରେଣ୍ଟାଇନ୍‌ କରି ନେଇଛନ୍ତି । ସେ ମଧ୍ୟ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଗୃହ ମନ୍ତ୍ରୀ ସେତେ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବେ ଯେତେ ଦିନ ଯାଏଁ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିନାହିଁ ।
ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଯୋଗାଯୋଗରେ ଆସିଥିଲେ । ଏହା ପରେ ସେ ନିଜର ,ନିଜର ପରିବାର ଏବଂ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଇଥିଲେ । ଆଶ୍ୱସ୍ତିର କଥା ଯେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏମ୍ସରେ ପହଞ୍ଚିଥିବା ଟିମ୍‌ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ତାଙ୍କ ପରିବାର-ଷ୍ଟାଫଙ୍କ ଟେଷ୍ଟ କରିଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ କାଲି ହିଁ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶରେ ସେ ମେଦାନ୍ତା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ନିଜେ ଗୃହମନ୍ତ୍ରୀ ଶାହ ରବିବାର ଦ୍ୱିପ୍ରହରରେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + 13 =