ଦେଶରେ ଅଛନ୍ତି ୪ କୋଟି ପ୍ରବାସୀ ଶ୍ରମିକ

0 40

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ସ୍ଥାନରେ ଚାରିକୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ସେମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏବେ ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ହରାଇ ସେମାନେ ଘରମୁହାଁ । ସେମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ମଇ ୧ ତାରିଖରୁ କେନ୍ଦ୍ର ସରକାର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିଛନ୍ତି । ଏହି ଟ୍ରେନ୍ ଯୋଗେ ଲକ୍ଷାଧିକ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଲେଣି । ଏହାଛଡ଼ା ବସ୍ ଯୋଗେ ମଧ୍ୟ ଶ୍ରମିକମାନଙ୍କୁ ପଠାଯାଉଛି । ଏହି ସୂଚନା ଦେଇଛନ୍ତି, କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ପୁଣ୍ୟସଲୀଳ ଶ୍ରୀବାସ୍ତବ । ପ୍ରବାସୀଙ୍କର ଏହି ସଂଖ୍ୟା ଜନଗଣନା ରିପୋର୍ଟରୁ ଜଣପଡ଼ିଛି । ତେଣୁ ବାସ୍ତବ ପରିସଂଖ୍ୟା ବା ସ୍ଥିତି ଏହାଠାରୁ ଅଧିକ ହୋଇପାରେ । ଆଗାମୀ ୧୦ ଦିନ ମଧ୍ୟରେ ଆଉ ୨୬ଶହ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ରାଜ୍ୟମାନଙ୍କ ଅନୁରୋଧକ୍ରମେ ଏହି ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ୩୬୦୦ ପ୍ରବାସୀ ଉପକୃତ ହେବେ । ବିଭିନ୍ନ ସ୍ଥାନରେ କେବଳ ଶ୍ରମିକ ନୁହଁନ୍ତି, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ମଧ୍ୟ ଅଟକି ରହିଛନ୍ତି । ବହୁ ଛାତ୍ରଛାତ୍ରୀ ନିଜ ଉଦ୍ୟମରେ ବସ୍‌ଯୋଗେ ନିଜ ରାଜ୍ୟକୁ ଫେରିଥିବା ବେଳେ ଅନ୍ୟମାନେ ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟବସ୍ଥା ସୂତ୍ରରେ ଯାଉଛନ୍ତି । ରାଜ୍ୟ-ରାଜ୍ୟ ଏବଂ କେନ୍ଦ୍ର-ରାଜ୍ୟ ସହମତି ଆଧାରରେ ଶ୍ରମିକ ପଠାଯିବା କାର୍ଯ୍ୟ କରାଯାଉଛି । ତେବେ ଅନେକ ଶ୍ରମିକ ସରକାରୀ ବ୍ୟବସ୍ଥାକୁ ଏଡ଼ାଇ ଲୁଚିଛପି ଯାଉଥିବାରୁ ସମସ୍ୟା ଦେଖାଦେଉଛି । ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 − two =