ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ଦିନକର ସଂକ୍ରମଣ

0 56

ଆଦିଲ୍ଲୀ : ଭାରତରେ ଦିନକର ସଂକ୍ରମଣ ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬,୭୬୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି । ତେବେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହି ସଂଖ୍ୟା ୫୪ ହଜାର ୪୪୦କୁ ବୃଦ୍ଧି ପାଇଛି । ସେହିପରି, ବର୍ତ୍ତମାନ ସୁଦ୍ଧା ୩,୮୬୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ସଂକ୍ରମଣ ହୁହୁ ହୋଇ ବଢ଼ିଚାଲିଛି । ସେଠାରେ ୪୭ ହଜାର ୧୯୦ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୭୭ଜଣ ପ୍ରାଣ ହରାଇଲେଣି । ସେହିପରି, ଗୁଜୁରାଟରେ ୧୩ ହଜାର ୬୬୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୨୯ଜଣ ପ୍ରାଣ ହରାଇଛନ୍ତି । ଆନ୍ଧ୍ରପ୍ରଦେଶରେ ୨୭୫୭, ଦିଲ୍ଲୀରେ ୧୨,୯୧୦, ଜମ୍ମୁ-କାଶ୍ମୀରରେ ୧୫୬୯, କର୍ଣ୍ଣାଟକରେ ୧,୯୫୯, ମଧ୍ୟପ୍ରଦେଶରେ ୬,୩୭୧, ପଞ୍ଜାବରେ ୨,୦୪୫, ରାଜସ୍ଥାନରେ ୬,୭୪୨, ତାମିଲନାଡୁରେ ୧୫ ହଜାର ୫୧୨ ଓ ଉତ୍ତରପ୍ରଦେଶରେ ୬୦୦୭ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି, ମଧ୍ୟପ୍ରଦେଶରେ ୨୮୧ ଜଣ ପ୍ରାଣ ହରାଇଥିବା ବେଳେ ପଞ୍ଜାବରେ ୩୯, ରାଜସ୍ଥାନରେ ୧୬୦, ତାମିଲନାଡୁରେ ୧୦୩, ଉତ୍ତରପ୍ରଦେଶରେ ୧୫୫ ଓ ପଶ୍ଚିମବଙ୍ଗରେ ୨୬୯ଜଣ ପ୍ରାଣ ହରାଇଛନ୍ତି ।

hiranchal ad1
Leave A Reply

Your email address will not be published.

eight − one =