ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି

0 77

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ସୋମବାର ଦିନ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି । ଅମିତ ଶାହ ଏବେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଟ୍ୱିଟ୍ କରି ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା । ସେହିପରି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ୍ କରି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଓ ରାଜନାଥଙ୍କ ବ୍ୟତୀତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର, କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ,ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିବା ଏହି ପର୍ବ ଭାଇ-ଭଉଣୀର ଭଲପାଇବା ଓ ପବିତ୍ର ବନ୍ଧନକୁ ସୁଦୃଢ କରିଥାଏ । ସେହିପରି ଭାଇ ଭଉଣୀ ପ୍ରତି ନିଜର ଦାୟିତ୍ୱ ନିଭାଇବାର ପ୍ରତିଶ୍ରୁତି ଭଉଣୀକୁ ଦେଇଥାଏ ।

hiranchal ad1
Leave A Reply

Your email address will not be published.

1 + eleven =