ଆଇପିଏଲ୍ ଖୁବ୍‌ଶୀଘ୍ର ହେବା ନେଇ ଧାୱନ ଆଶାବାଦୀ

0 68

ନୂଆଦିଲ୍ଲୀ : ଆଇପିଏଲ୍ ଚଳିତ ବର୍ଷ ହେବ ଏବଂ ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ । ଏଭଳି ଆଶାବ୍ୟକ୍ତ କରିଛନ୍ତି ଭାରତୀୟ ଓପନର ଶିଖର ଧାୱନ । ସେ କହିଛନ୍ତି ଯେ, ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଆଇପିଏଲ୍ କେବେ ଖେଳାଯିବ । ଯେହେତୁ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି, ତେଣୁ କ୍ରିକେଟ୍ ପ୍ରେମୀମାନେ ଆଇପିଏଲ୍‌ର ବିଳମ୍ବ ନେଇ କ୍ଷୁବ୍ଧ ନୁହଁନ୍ତି । ସେମାନଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି ହୋଇଛି । ତେଣୁ ଯେକୌଣସି ସମୟରେ ଖେଳ ଆରମ୍ଭ ହେଲେ ମଧ୍ୟ ତାହାକୁ ସେମାନେ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ଅତିକ୍ରମ କରିସାରିଲାଣି । ସେହିପରି, ୩ ଲକ୍ଷ ୪୦ହଜାରରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଲେଣି । ଅବଶ୍ୟ ଲକ୍ଷାଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେହେତୁ ସମଗ୍ର ବିଶ୍ୱରେ ଏହି ସଂକ୍ରମଣ ଲାଗି ରହିଛି, ସେ ଦୃଷ୍ଟିରୁ କ୍ରିକେଟ୍ ଭଳି କାର୍ଯ୍ୟକ୍ରମକୁ ଦର୍ଶକ ସହିତ ଆୟୋଜନ କରିବା ସମ୍ଭବପର ନୁହେଁ । ତେବେ ବିନା ଦର୍ଶକରେ ଆୟୋଜନ କରାଯାଇପାରିବ । କରୋନା ଯୋଗୁଁ ସମଗ୍ର ଖେଳ ଜଗତ ବର୍ତ୍ତମାନ ସ୍ଥାଣୁ ଅବସ୍ଥାରେ ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ୍ ଆରମ୍ଭ ହୋଇ ମଇ ୨୪ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ବିସିସିଆଇ ଏହାକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

11 + twenty =