ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍‌

0 340

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା ପରିବାର ଲୋକଙ୍କ ସହ କଥା ହୋଇଥିଲେ । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ମଳଦ୍ୱାର ସଂକ୍ରମଣ ହୋଇଥିଲା ଓ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ୫୩-ବର୍ଷୀୟ ଇର୍ଫନା୍ ୨୦୧୭ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମରର ଚିକିସା ପାଇଁ ଲଣ୍ଡନ ଯାଇଥିଲେ । ଏଥିପାଇଁ ସେ ପ୍ରାୟ ଦୁଇ ବର୍ଷ ଧରି ବଲିଉଡରୁ ଦୂରେଇ ରହିଥିଲେ । ମୃତ୍ୟୁ ବେଳେ ନିକଟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ସୁତପା ଓ ଦୁଇ ପୁଅ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve + 1 =