ଅଗଷ୍ଟରେ ଶୀର୍ଷ ଛୁଇଁବ କରୋନା

0 91

ଭୁବନେଶ୍ୱର ୪ ।୮: ମହାମାରୀ କରୋନା ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରୁଥିବା ବେଳେ ଆମ ଦେଶ ତଥା ରାଜ୍ୟ କବଳିତ ହୋଇଛି । ରାଜ୍ୟର ସ୍ଥିତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିଲେ ମଧ୍ୟ ଗତ ଜୁଲାଇରେ ଏହାର ଗ୍ରାପ୍ ସର୍ବାଧିକ ହୋଇଛି । ତେବେ ଚଳିତ ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିତି ଶୀର୍ଷକୁ ଛୁଇଁବ ଓ ଏହାପରେ ଏହା ସ୍ଥିର ହେବ ବୋଲି କହିଛନ୍ତି ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଅଜୟ ପରିଡା । ତେବେ ସେ କହିଛନ୍ତି ରାଜ୍ୟରେ କରୋନାର ଭୂତାଣୁ ଭିନ୍ନ ଭିନ୍ନ ପ୍ରକାର ଚିହ୍ନଟ ହୋଇଥିବାରୁ ଏହାକୁ ସ୍ପଷ୍ଟ ଆକଳନ କରିବା ମଧ୍ୟ ସମ୍ଭବ ହେଉନାହିଁ । ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି । ବିଭିନ୍ନ ଜଟିଳ ରୋଗ ଥିବାରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି । କିନ୍ତୁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ଟେଷ୍ଟ କରାଗଲେ କରୋନାକୁ ରୋକାଯାଇପାରିବ । ଯାହାକୁ ରାଜ୍ୟ ସରକାର ମଧ୍ୟ ପ୍ରାଥମିକତା ଦେଇ ଟେଷ୍ଟ ପରିମାଣକୁ ବଢାଇଛନ୍ତି । ଗଞ୍ଜାମରେ କରୋନାର ସ୍ଥିତି ସଙ୍ଗୀନ ହେବା ପରେ ସେଠାରେ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ୍ କରାଯାଉଥିବାରୁ ବର୍ତ୍ତମାନ ଗଞ୍ଜାମରେ କରୋନା ଗ୍ରାପ୍ ତଳମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱର କ୍ଷେତ୍ରରେ ଏହା ଏବେ ମଧ୍ୟ କମୁନାହିଁ । ଏଠାକୁ ବାହାରର ଅଧିକ ଲୋକ ଆସୁଥିବାରୁ ଏହାପାଇଁ ଅଲଗା ରଣନୀତି ଆବଶ୍ୟକ । ତେବେ ସରକାର ବିଏମ୍‌ସି ସହିତ ଆଲୋଚନା କରି ଏ ବିଷୟରେ ଖୁବଶୀଘ୍ର ନିଷ୍ପତ୍ତି ନେବେ । ଏସବୁ ଦୃଷ୍ଟିକୋଣରୁ କରୋନା ମହାମାରୀକୁ ରୋକିବା ପାଇଁ ଏବେ ସବୁଠାରୁ ବଡ ଅସ୍ତ୍ର ହେଉଛି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା । ସବୁ ବର୍ଗର ଲୋକେ ଏହାକୁ ଅଧିକ ଧ୍ୟାନ ଦେଲେ କରୋନାକୁ ରୋକାଯାଇପାରିବ । ଅନ୍ୟପକ୍ଷରେ ଆଜି ରାଜ୍ୟରେ ପୁଣି ନୂଆ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭୩ କ୍ୱାରେଣ୍ଟାଇନସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧୧ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨୧ହଜାର ୯୫୪ ଅନ୍ୟ ପକ୍ଷରେ ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + thirteen =