ସିଭିଲ ସର୍ଭିସ ପରୀକ୍ଷା : ଟପ୍‌-୧୦ରେ ୨ ଓଡିଆ

0 78

ଭୁବନେଶ୍ୱର ୪ ।୮: ୨୦୧୯ବର୍ଷର ୟୁନିୟନ ପବ୍ଲିକ ସର୍ଭିସ କମିଶନ ତଥା ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାର ଟପ୍‌-୧୦ ତାଲିକାରେ ଓଡିଶାର ଦୁଇ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି ଅଭିଶେକ ସରାଫ ଅଷ୍ଟମ ସ୍ଥାନରେ ସ୍ଥାନ ପାଇଥିବା ବେଳେ ସଂଜୀତା ମହାପାତ୍ର ଦଶମ ସ୍ଥାନରେ ସ୍ଥାନିତ ହୋଇଛନ୍ତି । ଏହି ପରୀକ୍ଷାରେ ଓଡିଶାରୁ ମୋଟ ୨୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଂଶୁମାନ ରାଜ(୧୦୭), ଅନୁପ ଦାସ(୧୨୦), ନବଲ କୁମାର ଜେନା(୧୨୫), ଶୈଳଜା ଦାସ (୧୯୦), ରାହୁଲ ମିଶ୍ର(୨୦୨), ହେମା ନାୟକ(୨୨୫), ଆରୁଷି ମିଶ୍ର (୨୨୯), ଆଶିଷ ଦାସ(୨୯୧), ଅଙ୍କିତ ଶଙ୍କର ମିଶ୍ର(୨୯୨), ସୋନାଲି ମିଶ୍ର(୩୦୦), ଦିବ୍ୟା ମିଶ୍ର(୩୧୨), ଅର୍ଘ୍ୟ ପଟ୍ଟନାୟକ(୩୬୧), ଜୁବିନ ମହାପାତ୍ର(୩୭୯), ସମିର କୁମାର ଜେନା (୪୪୧), ମାନସ ରଂଜନ ସାହୁ (୫୬୭), ଶିବ ମିଶ୍ର(୭୧୨), ଓମପ୍ରକାଶ ମହାନ୍ତି(୭୧୫), ବିଭୂତଭୂଷଣ ନାୟକ(୮୨୯) ର‌୍ୟାଙ୍କରେ ସ୍ଥାନିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ୧୮୦ଜଣ ଆଇଏଏସ୍ ର‌୍ୟାଙ୍କରେ, ୨୪ଜଣ ଆଇଏଫ୍‌ଏସ୍ ର‌୍ୟାଙ୍କ୍‌ରେ ଏବଂ ୧୫୦ଜଣ ଆଇପିଏସ୍ ର‌୍ୟାଙ୍କରେ ନିଯୁକ୍ତି ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − seven =