ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

0 1,343

ବୌଦ୍ଧ : କରୋନା ମହାମାରୀ ସମୟରେ ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କିଭଳି ପାଳନ ହେବ ଆଜି ସେ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଗଷ୍ଟ ୧୫ ତାରିଖ ପ୍ରାତଃ ସମୟରୁ ସହରରେ ରାମଧୁନ୍ କରାଯିବ ଓ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । କଚେରୀ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ପଞ୍ଚମ ଆଇ.ଆର.ବି. ବାଟାଲିୟନ୍ ବଲାସିଙ୍ଗା, ଜିଲ୍ଲା ପୋଲିସ୍‌, ବୌଦ୍ଧ ପଂଚାୟତ କଲେଜର ଏନ.ସି.ସି. ଓ ସ୍କାଉଟ୍ ଏଭଳି ମୋଟ୍ ଚାରି ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିବେ । ସକାଳ ୯. ୧୫ ମିନିଟ ସମୟରେ ପତାକା ଉତ୍ତୋଳନ କରାଯିବ । ଏହି ଅବସରରେ କରୋନା ଯୋଦ୍ଧାମାନଙ୍କୁ ଓ ପ୍ଲାଜମା ଦାନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତି ନିଆଯାଇଛି । କୋଭିଡ୍ ୧୯ ଗାଇଡଲାଇନ ଆଧାରରେ ସମସ୍ତ କାର୍ଯକ୍ରମ ନିରାଡମ୍ବର ଭାବରେ ସାଧାରଣ ଲୋକଙ୍କ ବିନା ଉପସ୍ଥିତିରେ କରାଯିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ, ସଂସ୍କୃତି ବିଭାଗ ଅଧିକାରୀ ଶିଶିର କୁମାର ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

seventeen − 7 =