ଏବିଭିପି ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ରକ୍ତ ଭଣ୍ଡାରଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ ପ୍ରଦୀପ କୁମାର ପାତ୍ର ଉଦ‌ଘାଟନ କରିଥିଲେ । ଉଦଘାଟନୀ ସମୟରେ ସେଞ୍ଚୁରିଅନ ୟୁନିଫରସିଟିର ସହକାରୀ ପ୍ରଫେସର ଡଃ ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ବରିଷ୍ଠ ନାଗରିକ ମଞ୍ଚର ସଭାପତି ହରିମୋହନ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ଅତିିଥି ଭାବେ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୨୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା ।

hiring

ଏ ସଂପର୍କରେ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଥିବା ଏବିଭିପିର ସହ ସଂପାଦକ କେ.ଯୁବରାଜ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ କରୋନା ଭୁତାଣୁ ସଂକ୍ରମଣ ହେବାର ସମ୍ଭାବ୍ୟ ପରିସ୍ଥିତି ଦେଖାଦେଇଛି, ବିଭିନ୍ନ ସ୍ତରରେ ତା\’ର କଡା ମୁକାବିଲା କରାଯାଉଛି । ଏ ଦିଗରେ ଏବିଭିପି ମଧ୍ୟ ଏହି କରୋନା ମୁକାବିଲାରେ ସାମିଲ ହୋଇ ୨୦ଜଣ ରକ୍ତଦାନ କରିଛନ୍ତି । ଏତଦବ୍ୟତୀତ ଆବଶ୍ୟକ ସ୍ଥଳେ ଯେମିତି ରକ୍ତର କୌଣସି ଅଭାବନୀୟ ପରିସ୍ଥିତି ଦେଖାନଦିଏ ଏବଂ ରକ୍ତର ଅଭାବରେ କାହାର ଯେମିତି ମୃତ୍ୟୁ ନହୁଏ, ସେଥାପିଁ ଆଗକୁ ଆମେ ଆହୁରି ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଯୁବରାଜ କହିଥିଲେ । ରକ୍ତଭଣ୍ଡାରର ଡାଃ କେ. ରବିବାବୁ ଏବଂ ଖଗେଶ୍ୱର ବେହେରା ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏବିଭିପିର ନଗର ସଂପାଦକ ସତ୍ୟନାରାୟଣ କାର୍ଜୀ ସହ ସଂପାଦକ ଶ୍ରୀଧର ପାଣିଗ୍ରାହୀ ଏବଂ କଲେଜ ୟୁନିଟ ସଭାପତି ପ୍ରୀତିଶ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ । ଏବିଭିପିର ସଂଗଠନ ସଂପାଦକ ଦେବାଶିଷ ଦାସ, ସମାଜସେବକ ନୀଳାଚଳ ପଣ୍ଡା, ଅନୀଲ ପ୍ରଧାନ, ବାଳକୃଷ୍ଣ ଜେନା ସାର, ସମୀର ପ୍ରଧାନ, ସୌଦାଗର ସିଅ ପ୍ରମୁଖ ରକ୍ତଦାନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × three =