ଭୀମସାର ସେଣ୍ଟ୍ରାଲ ଆଇସିୟୁର ୬ଟି ଭେଣ୍ଟିଲେଟର ଅକାମି ନେଇ ଅଭିଯୋଗ

0 74

ସମ୍ବଲପୁର: କେବଳ ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ପଶ୍ଚିମ ଓଡିଶା ଓ ସୀମାନ୍ତ ଗାଁମାନଙ୍କ ପାଇଁ ଚିକିତ୍ସା ସେବା କ୍ଷେତ୍ରରେ ଏକମାତ୍ର ଭରସା ରୂପେ ପରିଚିତ ଭୀମସାର ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥାରେ ଛନ୍ଦିହୋଇ ବଦନାମ ହେବାକୁ ଯାଉଛି । ଚିକିତ୍ସା କ୍ଷେତ୍ରରେ ଆଇସିୟୁ ସୁବିଧାକୁ ନେଇ ଏକ ବିଲକ୍ଷଣ ଛବି ରହିଛି ଓ ଏହି ସୁବିଧା ନଥିଲେ କୌଣସି ବଡ ଚିକିତ୍ସା କେନ୍ଦ୍ରର ମଧ୍ୟ ପରିଚୟ ହଜିଯାଇଥାଏ । ଏହି ପରିପ୍ରେକ୍ଷୀରେ ଭୀମସାରର ୨୦ଟି ଶଯ୍ୟାଯୁକ୍ତ ଏକ ସେଣ୍ଟ୍ରାଲ ଆଇସିୟୁ କେନ୍ଦ୍ର ରହିଛି । କୌଣସି ଆଇସିୟୁ ବିନା ଭେଣ୍ଟିଲେଟରରେ ଚାଲିପାରେ ନାହିଁ କିନ୍ତୁ ଭୀମସାର ସେଣ୍ଟ୍ରାଲ ଆଇସିୟୁରେ ୨୦ଟି ମଧ୍ୟରୁ ମାତ୍ର ୧୪ଟି କାର୍ଯ୍ୟକ୍ଷମ ରହିଛି ବାକି ୬ଟି ଅକାମୀ ହୋଇ ପଡିରହିଛି । ପରିତାପର ବିଷୟ ଯେ ଏସବୁ ଭେଣ୍ଟିଲେଟର ଥାଇ ମଧ୍ୟ ସେଗୁଡିକୁ କାର୍ଯ୍ୟକ୍ଷମ କରାଯାଇପାରୁନାହିଁ । ଏ ସଂପର୍କରେ ସବୁଠାରୁ ଚିନ୍ତାର ବିଷୟ ହେଉଛି ଭୀମସାର ନିର୍ଦ୍ଦେଶକଙ୍କ ପାଖରେ ଏତିକି ବି କ୍ଷମତା ନାହିଁ ଯେ ସେ ନିଜେ କୌଣସି ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକ୍ଷମ କରାଇପାରିବେ । ସେମିତି କହିବାକୁ ଗଲେ ଭୀମସାର ଏକ ଅଟୋନୋମସ ବଡି ବା ସ୍ୱାୟତ୍ତଶାସିତ ଅନୁଷ୍ଠାନ ଓ ଏହାକୁ ନେଇ ରାଜ୍ୟ ସରକାର ବଡବଡ ଘୋଷଣା ମଧ୍ୟ କରିଥୀନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ଏଠାରେ ଜଣେ ନିର୍ଦ୍ଦେଶକ ନିଯୁକ୍ତ କରିପାରିନାହାନ୍ତି ଓ ବର୍ତ୍ତମାନ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଭାରୀ ନିର୍ଦ୍ଦେଶକଙ୍କୁ ସାମାନ୍ୟ ଏତିକି ବି କ୍ଷମତା ଦିଆଯାଇନାହିଁ । ଏଠାରେ ଏପରି ପରିଚାଳନାଗତ ସ୍ଥାଣୁ ସ୍ଥିତି ପାଇଁ ରାଜ୍ୟ ସରକାର ଯେ ନିଜେ ଦାୟୀ ଏଥିରେ କୌଣସି ଦ୍ୱିମତ ନାହିଁ ।

hiranchal ad1
Leave A Reply

Your email address will not be published.

one × three =