Yearly Archives

2021

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଘର ଭାଙ୍ଗିଲେ ଉତ୍ୟକ୍ତଲୋକେ

ବାଲିଗୁଡ଼ା,୧୫/୩- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଥମେ ଝଗଡ଼ା ଏବଂ ପରେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଜଣକ ଘର ଭାଙ୍ଗିଲେ ୨୦ରୁ ଉର୍ଦ୍ଧ୍ୱ ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଥାନା ଡିଙ୍ଗେଲକିଆ ଗାଁର ବୁଦାରା ପ୍ରଧାନଙ୍କ ପରିବାର ସହ । ପୀଡ଼ିତ ପରିବାର ଏବେ
Read More...

ଜୟରାମ ବନଛୋର ମୃତ୍ୟୁ ମାମଲା, ବାପା ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ /ବାଉଁଶୁଣୀ,୧୫/୩- ବାଉଁଶୁଣୀ ଥାନା ବହିରା ଗ୍ରାମ କେନାଲ ତଳ ପଟାସ୍‌ ଗଛରୁ ଗତ ୧୩ ତାରିଖରେ ଗୁଡପଡା ଗ୍ରାମର ଜୟରାମ ବନଛୋର (୨୦)ଙ୍କ ମୃତଦେହ ପ୍ଲାଷ୍ଟିକ ଦଉଡିରେ ମିଳିବା ଘଟଣା ଏବେ ନୂଆମୋଡ ନେଇଛି । ମୃତକ ଜୟରାମର ପିତା ବିନୟ ବନଛୋର ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ବାଉଁଶୁଣୀ
Read More...

ଦୀର୍ଘମାସରୁ ଫେରାର ଥିବା ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା,୧୫/୩- ଦୀର୍ଘ ମାସରୁ ଫେରାରଥିବା ଗଞ୍ଜେଇ ମାଫିଆ ବାଲିଗୁଡ଼ାଥାନା ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଗ୍ରାମରୁ ପୋଲିସ୍‌ ଦ୍ୱାରା ଗିରଫ ହୋଇଛି । ଗିରଫ ଗଞ୍ଜେଇ ମାଫିଆ ଜଣକ ମୁଠାବାଲି ଗ୍ରାମର ପ୍ରକାଶ ମହାନନ୍ଦ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ୨୦୨୦ ମସିହାର ଏକ ଗଞ୍ଜେଇ
Read More...

ପୋଲିସ୍ ପକ୍ଷରୁ ଆଇନ ସଚେତନତା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୨ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡ଼ା,୧୪/୩- କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ସାମ୍ବାଦିକ ଯୋଗଦେଇ
Read More...

ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ୍ଧୁକ ସହ ଦୁଇ ଜଣ ଶିକାରୀ ଗିରଫ

ବୌଦ୍ଧ/ବାଉଁଶୁଣୀ,୧୪/୩ - ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁକଲା ମନମୁଣ୍ଡା ବନବିଭାଗ। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଗୁଳି, ବାରୁଦ,ଗୋଟିଏ ମଟର ସାଇକେଲ, ଦିଆସିଲ ଜବତ
Read More...

ଡ୍ରେନେଜ ପୋତିହୋଇ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ

ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କିଛିଦିନ ତଳେ ସହରକୁ ସରସ ସୁନ୍ଦର କରିବା ସକାଶେ ଜବର ଦଖଲ ଉଚ୍ଛେଦ ଫାୟାର ଷ୍ଟେସନ ଛକ ଠାରୁ କୋର୍ଟପର୍ଯ୍ୟନ୍ତ ଉଚ୍ଛେଦ କରାଗଲା । ଉଚ୍ଛେଦ ସମୟରେ ଭଙ୍ଗା ରୁଜା ଜିନିଷ ଗୁଡିକ ଡ୍ରେନରେପଡି ନାଳ ପୋତି ହୋଇଯାଇଛି ।
Read More...

ସହରରେ ବୁଲା କୁକୁରଙ୍କ ଉପଦ୍ରବ ଦିନକୁଦିନ ବୃଦ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସାହି ଗଳି ଛକ ଗୁଡିକରେ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସକାଳୁ ପ୍ରାତଃଭ୍ରମଣ ସମୟରେ ବରିଷ୍ଠ ନାଗରିକ ବା ସହରବାସୀ ଯିବାଆସିବା କରିବାବେଳେ ଭୁକି କାମୁଡିବା ପାଇଁ ଉପରକୁ ଆସନ୍ତି
Read More...

ଧାନକ୍ରୟ ଦାବିରେ ଆମ୍ବଗାଁଠାରେ ରାଜ୍ୟରାଜପଥ ଅବରୋଧ

ବୌଦ୍ଧ,୧୪/୩ - ବୌଦ୍ଧ ଜିଲ୍ଲାରେ ଖରିଫ ଧାନକ୍ରୟରେ ଅଚଳାବସ୍ଥା ଲାଗି ରହିଥିବା ଯୋଗୁଁ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ନାନାଦି ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଫେବୃଆରୀ ମାସର ମଧ୍ୟ ଭାଗରୁ ଟାର୍ଗେଟ ସରି ଯାଇଥିବା ଯୋଗୁଁ କେବଳ ପ୍ରଥମ ଟୋକନର ଧାନ କ୍ରୟ
Read More...

କନିଷ୍ଠ ରେଡ଼କ୍ରସ ଆନୁକୂଲ୍ୟରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ଥାନୀୟ ମହେନ୍ଦ୍ରଗିରି ସରକାରୀ ଉଚ୍ଚ଼ ବିଦ୍ୟାଳୟ ପରିସରରେ କନିଷ୍ଠ ରେଡ଼କ୍ରସ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୋଟ ୩୦ ୟୁନିଟ ରକ୍ତ ଦାନ କରିଛନ୍ତି । ଏହି
Read More...

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ ସାଲୁଗା ପ୍ରଧାନ

ଦାରିଙ୍ଗବାଡି,୧୪/୩-: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମପଞ୍ଚାୟତକୁ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ଗ୍ରାମପଞ୍ଚାୟତର ବୁଡାଗୁଡ଼ା ଅଙ୍ଗନବାଡ଼ି ଗୃହ, ନେଡିପାଙ୍ଗା ଅଙ୍ଗନବାଡ଼ି ଗୃହ ଓ
Read More...