ନୂଆଦିଲ୍ଲୀ; ଗ୍ରାହକଙ୍କୁ ନୂଆବର୍ଷ ଭେଟି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଋଣ କରିଥିବା ଗ୍ରାହଙ୍କ ପାଇଁ ଖୁସି ଖବର । କମିଲା ରେପୋରେଟ୍ । ଏଣିକି ବ୍ୟାଙ୍କ ଲୋନର ଇଏମଆଇ ଉପରେ ମିଳିବ ଆଶ୍ୱସ୍ତି । ୦.୨୫ ପ୍ରତିଶତ କମିଛି ରେପୋରେଟ୍ । ବର୍ତ୍ତମାନ ରେପୋ ୫. ୨୫ ପ୍ରତିଶତକୁ ହ୍ରାସ ପାଇଛି । ଏହା ସହିତ କମିବ ହୋମ-କାର-ପର୍ସନାଲ ଲୋନ ଇଏମଆଇ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମୁଦ୍ରା ନୀତି କମିଟି ବୈଠକରେ ଏହି ଘୋଷଣା କରିଛନ୍ତି । ଏହା ସିହତ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତକୁ ବୃଦ୍ଧି ହୋଇଥିବା ପୂର୍ବାନୁମାନ କରିଛି ଆରବିଆଇ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି କି,ଏମଏସପି ୩ ଏବଂ ୫ ଡିସେମ୍ବର ଯାଏ ସ୍ଥିତି ସମୀକ୍ଷା କରିଛି । ଦେଶରେ ସୁଧହାର ପରିସ୍ଥିତି ବିଶ୍ୱ ଅର୍ଥନୈତିକ ପରିବେଶ, ସାଧାରଣ କ୍ରଣ ଚାହିଦା ଏବଂ କ୍ରମାଗତ ହ୍ରାସ ପାଉଥିବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ରେପୋ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ, ଭାରତର ଅର୍ଥନୀତି ଭଲ ସ୍ଥିତିରେ ଅଛି । ଦ୍ୱିତୀୟ ତ୍ରୈମାସିକରେ GDP ୮.୨% ଅଭିବୃଦ୍ଧି କରିଥିଲା, ଏବଂ ଅକ୍ଟୋବର ୨୦୨୫ରେ ଖୁଚୁରା ମୁଦ୍ରାସ୍ଫୀତି ମାତ୍ର ୦.୨୫% ଥିଲା, ଯାହା ଏହାର ସର୍ବନିମ୍ନ ସ୍ତର । ଏହା ଆରବିଆଇ ପାଇଁ ସୁଧହାର ହ୍ରାସ କରିବା ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରିଥିଲା ।
ରେପୋ ହାର ହ୍ରାସ ବ୍ୟାଙ୍କ ଋଣ ଉପରେ ସିଧାସଳଖ ପ୍ରଭାବ ପକାଇବ । ବ୍ୟାଙ୍କଗୁଡ଼ିକ ଏବେ କମ ସୁଧ ହାରରେ RBI ଠାରୁ ଟଙ୍କା ଋଣ ନେଇପାରିବେ, ଯାହା ଗ୍ରାହକଙ୍କୁ ଲାଭ ଦେବ । ଗୃହ ଋଣ EMI କମ ହେବ, ଅଟୋ ଋଣ ଶସ୍ତା ହେବ, ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାରରେ ମଧ୍ୟ ରିହାତି ସମ୍ଭବ । ଏହି ପଦକ୍ଷେପ ଗ୍ରାହକଙ୍କ ପକେଟକୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିପାରେ ।