ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲଗୁନରେ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡକ୍ଟର ଦେବବ୍ରତ ପାଢୀ, ସିନିୟର କନସଲଟାଣ୍ଟ ଆର୍ଥୋପେଡ଼ିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ,ଆପୋଲ ହସ୍ପିଟାଲର ଅଧୀନରେ ଆୟୋଜିତ ହେବ ।ଚଳିତବର୍ଷ ସମ୍ମିଳନୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ସରଳୀକରଣ ବିଷୟବସ୍ତୁ ଉପରେ ଆଧାରିତ । ପ୍ରଥମକରି କିମସ ମେଡିକାଲ କଲେଜରେ  ଆସୋସିଏସନ ପକ୍ଷରୁ  ଜଏଣ୍ଟ ରିପ୍ଲେସମେଣ୍ଟର ବିଭିନ୍ନ କୌଶଳ ଉପରେ କ୍ୟାଡଭେରିକ୍ ପ୍ରାକ୍‌-କର୍ମଶାଳା ଆୟୋଜନ କରାଯାଇଛି ।

ସେହିପରି  ଏହି ଅବସରରେ ଦେଶ ତଥା ବିଦେଶରୁ ଆସିଥିବା ସର୍ଜନମାନେ ୯ଟି ହାଇ-ଆଣ୍ଡ ସର୍ଜରୀର ସର୍ଜିକାଲ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜାତୀୟ ସମ୍ମିଳନୀ ଗତବର୍ଷର କାର୍ଯ୍ୟଧାରା, ଯାହାକି ସମାଜର ବିକାଶ କ୍ଷେତ୍ରରେ ଆସୋସିଏସନ ନେଇଥାଏ ତାହା ଉପରେ ଆଇଏଏର ସଭାପତି ଡଃ ଏମ ଅଜିଥ୍ କୁମାର ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଆଇଏଏ ସଚିବ ଡ.ରାଜ୍ କହିଛନ୍ତି ଯେ, ଆସୋସିଏସନରେ ସାରା ଦେଶରେ ୧୦୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହି କାର୍ଯ୍ୟ କରୁଛନ୍ତି, ଯାହାକି  ସମସ୍ତ କ୍ଷେତ୍ରର ଚିକିତ୍ସାର ମାନର ଉନ୍ନତି ଦିଗରେ ସହାୟକ ହୋଇଥାଏ ।

ଆଇଏଏର କୋଷାଧ୍ୟକ୍ଷ ତଥା ଆଇଏଏସିଓଏନ୨୦୨୪ର ଆୟୋଜକ ସଚିବ ଡଃ ଦେବବ୍ରତ ପାଢୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବଢାଇବା ପାଇଁ ବିଶେଷ ଭାବରେ ଓଡ଼ିଶା ଭଳି ରାଜ୍ୟରେ ସ୍ୱଦେଶୀ ପ୍ରତିରୋପଣ ଏବଂ ସରଳୀକରଣର ବିକାଶ ସହିତ ଏଭଳି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଦୋହରାଇଛନ୍ତି । ମୁମ୍ବାଇରୁ ଆସିଥିବା ସଭାପତି ଡଃ ସୀବ ଜୈନ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହି  ନୂତନ ଜ୍ଞାନକୌଶଳର ଉନ୍ନତିକୁ ବର୍ତ୍ତମାନର ଆବଶ୍ୟକତା ଭାବେ ଗୁରୁତ୍ୱାରୋ କରିବା ସହିତ ଆସନ୍ତାବର୍ଷ ତାଙ୍କର ନେତୃତ୍ୱ ସମୟରେ ନିଜର ପ୍ରାଥମିକତା ଏହା ପ୍ରାଥମିକତା ହେବ ବୋଲି କହିଥିଲେ ।

ସେହିପରି ଯୁବସର୍ଜନମାନଙ୍କ ଦକ୍ଷତାକୁ ପ୍ରଶିକ୍ଷଣ ଦେବା ତଥା ତୀକ୍ଷ୍ମ କରିବାରେ କ୍ୟାଡଭେରିକ କର୍ମଶାଳାର  ଗୁରୁତ୍ୱ ବିଷୟରେ ଆଇଏଏସିଓଏନର ଆୟୋଜକ ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି  କହିଥିଲେ । ଆଇଏଏର ଉପାଧ୍ୟକ୍ଷ ଡ.ରାକେଶ ରାଜପୁତ , ଡ. ବିଶ୍ୱଜିତ ସାହୁ ଏବଂ ଆୟୋଜକ ସହ ଅଧ୍ୟକ୍ଷ ଡ. ସୁନୀଲ କୁମାର ଦାସ, ଡ. ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ଡ. ସୁଜିତ୍ ତ୍ରିପାଠୀ ସାଇଣ୍ଟିଫିକ ଚେୟାରମ୍ୟାନ ଯେଉଁମାନେ ନିଜର ମତ ଜଏଣ୍ଟ ରିପ୍ଳେସମେଣ୍ଟ ଚିକିତ୍ସାର ମାନବୃଦ୍ଧି ଉପରେ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଦ୍ମଶ୍ରୀ ପ୍ରଫେସର ଡ. କେ.ଏମ ପାଥି ଜଏଣ୍ଟ ରିପ୍ଲେସମେଣ୍ଟ କ୍ଷେତ୍ରର ବିକାଶ ଉପରେ ଗତ ୫ ଦଶନ୍ଧି ମଧ୍ୟରେ ନିଜର ଅଭିଜ୍ଞତାକୁ ଉପସ୍ଥାନ କରିଥିଲେ । ଚଳିତ ବର୍ଷର ସମ୍ମିଳନୀର ପ୍ରସ୍ତୁତି ଓ କାର୍ଯ୍ୟକାରିତା ବେଶ୍ ପ୍ରଶଂସନୀୟ  ଏବଂ ଏଠାରେ ଉପସ୍ଥିତ ଡାକ୍ତରମାନେ ଏଥିରୁ ବେଶ୍ ଉପକୃତ ହୋଇପାରିବେ ବୋଲି କହିଥିଲେ । ଆସନ୍ତା ବୈଠକ ବା ସମ୍ମିଳନୀ ୨୦୨୫ରେ ଲକ୍ଷେ୍ମା÷ଠାରେ ଆୟୋଜିତ ହେବ ବୋଲି ସେ କହିଥିଲେ ।

Comments (0)
Add Comment