ଜୀବନ ଜୀବିକା ଯୋଗାଇଛି ମହୁନାଡ଼

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁନାଡ଼ ବନ୍ଧ, ପୋଖରୀ, ସାଗରରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରିବଟା ସକାଶେ ଆଣିଥାନ୍ତି। ବିଡା ୧୦ ଟଙ୍କା ୨୦ଟଙ୍କାରେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି। ପରିଶ୍ରମ ଅନୁସାରେ ସେତିକି ପାରିଶ୍ରମିକ ସେମାନଙ୍କୁ ମିଳି ନଥାଏ। ତଥାପି ନିଜର ଜୀବନ ଜୀବିକା ବଞ୍ଚିବା ସକାଶେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି। ସକାଳୁ ସକାଳୁ ବିଭିନ୍ନ ବନ୍ଧ, ପୋଖରୀକୁ ଯାଇ ମହିଳାମାନେ ଏହି ମହୁନାଡ଼ ସଂଗ୍ରହ କରି ତାକୁ ସଫା କରି ବିଡା ବାନ୍ଧି ବଜାରକୁ ବିକ୍ରି କରିବା ପାଇଁ ଆଣିଥାନ୍ତି। ଗ୍ରାହକ ଏହି ମହୁନାଡ଼ କ୍ରୟ କରି ନେଇଥାନ୍ତି।

Comments (0)
Add Comment