କରୋନା ଯୋଗୁଁ ବନ୍ଦ ହୋଇଗଲା ସିନେମା ହଲ୍‌; ବିରୋଧରେ ସ୍ବର ଉତ୍ତୋଳନ କଲେ ଜନତା

ବ୍ରସେଲ୍ସ ୨୮/୧୨: ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କୋଭିଡ-୧୯ କଟକଣାକୁ ଏବେ ପ୍ରାଥମିକତା ଦିଆଯାଉଛି। ଏଥି ପାଇଁ ସରକାର ମାନେ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି। ଓମିକ୍ରନ୍‌ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାର‌େ। ଏହାରି ମଧ୍ୟରେ ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ରବିବାର ବଡ଼ ସଂଖ୍ୟାରେ ବିରୋଧ ପ୍ରଦର୍ଶନ ହୋଇଛି। ପ୍ରଦର୍ଶନକାରୀ ସରକାରଙ୍କ ଦ୍ବାରା ଲଗାଯାଇଥିବା କଟକଣାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷ କରି ସିନେମା ହଲ ଗୁଡ଼ିକ ବନ୍ଦ କରାଯିବାରୁ ସେମାନେ ଅମଙ୍ଗ ହୋଇଉଠିଛନ୍ତି।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଦର୍ଶନକାରୀ ମାନେ ହାତରେ ସ୍ଲୋଗାନ ଖେଳି ରାଜଧାନୀର ମୋଣ୍ଟ ଡେସ ଆର୍ଟସ ଛକରେ ଏକତ୍ର ହୋଇଥିଲେ। ଏଠାରେ ସେମାନେ ସ୍ଲୋଗାନ ଦେବା ସହିତ ବାଜା ବଜାଇଥିଲେ। ସେମାନେ କହିଛନ୍ତି, ଥିଏଟର, ସିନେମା ହଲ ଭଳି ସାଂସ୍କୃତିକ ସ୍ଥଳୀ ବନ୍ଦ ରାଯିବା ଠିକ ନୁହେଁ। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରି ନିଆଯିବା ଦରକାର।  ସୂଚନାଯୋଗ୍ୟ, ବେଲଜିୟମରେ କରୋନା ଭାଇରସ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଚି। ଏହି କାରଣରୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସିନେମା ହଲ, ଥିଏଟର, ସମ୍ମିଳନୀ କକ୍ଷ,  ଇନଡୋର ସ୍ଥାନ ବନ୍ଦ ରିହବ। ସେହିଭଳି ଷ୍ଟାଡିୟମ, କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କ୍ରିସମସ ଆଉଟଡୋର ଉପରେ ମଧ୍ୟ କଟକଣା ଲଗାଯାଇଥିଲା। କିନ୍ତୁ ପରେ ଖୋଲିବାକୁ ଅନୁମତି ଦିଆଯାଇଛି। 

Comments (0)
Add Comment