ଚାଉଲାକାଳ ମାଲିକଙ୍କ ଘରେ ଡକାଇତି

ସମ୍ବଲପୁର : ବୟସ୍କଙ୍କୁ ବାନ୍ଧି ଛୁଆଙ୍କ ବେକରେ ଛୁରୀ ରଖି ୨୦୦ଗ୍ରାମ ସୁନା ନଗଦ ୧ଲକ୍ଷ ଲୁଟି ଦୁର୍ବୁର୍ତ୍ତ ଫେରାର, ପୋଲିସହାତ ଖାଲି
ଚିପିଲିମା, ୧୭/୭(ହି.ପ୍ର )ସମ୍ବଲପୁର ଜିଲ୍ଲାରେ ଥିବା ଅନେକ ଚାଉଳକଳ ମାଲିକଙ୍କ ଘରେ ସଶସ୍ତ୍ର ଡକାଇତି ସବୁ ହେଉଥିବାବେଳେ, ଗତ ୪ମାସ ମଧ୍ୟରେ ୧୩ଟି ମିଲ ମାଲିକଙ୍କ ଘରୁ ଡକାଇତି ହୋଇଛି l ଗତ ସୋମବାର ରାତିରେ ବୁର୍ଲାଥାନା ବାବୁବନ୍ଦ ଭେଙ୍କଟେଶ୍ୱର ଚାଉଳକଳ ମାଲିକ ଏମକେ ରାକେଶଙ୍କ ବାସଭବନରେ ପ୍ରାୟ ରାତି ଗୋଟାଏରେ ୮ଜଣ କଳା ମୁଖାପିନ୍ଧା ଡକାୟତ କୌଣସି କ୍ରମେ ଘର ଭିତରକୁ ପଶି ବୟୋଜ୍ୟେଷ୍ଠ ତଥା ମାଲିକ ମାଳିକିଆଣିଙ୍କୁ ମାଡପିଟ କରି ବାନ୍ଧିଦେଇ ପିଲାଙ୍କ ବେକରେ ଛୁରୀ ଲଗାଇ ପ୍ରାୟ ଘଣ୍ଟାଏ କାଳ ଭୟଭୀତ କରି ଟଙ୍କା ସୁନା ନଦେଲେ ପିଲାଙ୍କୁ ମାରିଦିଆଯିବ କହି ଧମକ ଦେଇ ପ୍ରାୟ ୨୦୦ଗ୍ରାମ ସୁନା ସାମଗ୍ରୀ ସହ ନଗଦ ଏକଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୁର୍ତ୍ତ ଫେରାର ହୋଇଥିବା ଜଣାପଡିଛି l ଏନେଇ ଚାଉଳକଳ ମାଲିକ ରାକେଶ ବୁର୍ଲା ଥାନାରେ ରିପୋର୍ଟ କରିଥିବାବେଳେ, ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ହେଲେ ପୋଲିସ ହାତ ଖାଲି l ଅନ୍ୟ ପକ୍ଷରେ ଚାଉଳକଳ ମାଲିକ ସଙ୍ଘ ପକ୍ଷରୁ “ଚାଉଳକଳ ମାଲିକ ଏବେ ଡକାୟତଙ୍କ ଟାର୍ଗେଟ” ରେ ଥିବାବେଳେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଉତ୍ତରାଞ୍ଚଳ ପୋଲିସ ଆଇଜି ଓ ପୋଲିସ ଅଧକ୍ଷକଙ୍କ ଠାରେ ଦାବି କରିଥିବା ଜଣାପଡିଛି l ଏନେଇ ନିଜ ସୁରକ୍ଷା ନିଜେ କରିବାକୁ ପୋଲିସ କହୁଥିବା ମଧ୍ୟ ଅଭିଯୋଗ ହେଉଛି l ସମ୍ବଲପୁର ଆଖ ପାଖରେ ଏପରି ଅନେକ ସବୁ ଅପରାଧିକ ମାମଲା ସବୁ ବାରମ୍ବାର ହେଉଥିବା ସେସବୁ ଘଟଣାର ପର୍ଦାଫାଶ ନ ହେବାରୁ ପୋଲିସ ଉପରେ ଲୋକଙ୍କ ଆସ୍ଥା କମିକମି ଯାଉଥିବା ଅଭିଯୋଗ ଆସୁଛି l ବାହ୍ୟ ଅଞ୍ଚଳରୁ ଦୁର୍ବୁର୍ତ୍ତ ଆସି ଏଭଳି କାଣ୍ଡସବୁ କରୁଥିବାର ଚର୍ଚ୍ଚା ହେଉଥିବାବେଳେ, ପୋଲିସ ପ୍ରଶାସନ ଏ ଦିଗରେ ଯତ୍ନବାନ ହେବାକୁ ସଚେତନ ବୁଦ୍ଧିଜୀବୀ ମହଲରେ ଦାବିହେଉଛି l ପ୍ରକାଶ ଥାଉକି ଗତ ୪ ମାସ ମଧ୍ୟରେ ବୁର୍ଲା ଥାନା ଅଞ୍ଚଳର ୬ଟି ଚାଉଳକଳ ମାଲିକଙ୍କ ଘରୁ ଡକାୟତି ହୋଇଥିବାବେଳେ, ଚଳିତ ମାସରେ କେବଳ ୩ଟି ଘଟଣା ଘଟିଛି l ବାକି ବୁର୍ଲା ଥାନା ଅଞ୍ଚଳର ଛୋଟ ବଡ଼ ଅପରାଧିକ ଘଟଣା ସବୁକୁ ପଚାରେ କିଏ ?

Comments (0)
Add Comment