ଦୁଷ୍କର୍ମ ଅଭିଯୋଗରେ ଦଣ୍ଡିତ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ଆଜି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମାମଲାର ୧୪ ଜଣ ସାଖି, ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି। ଏଥିସହ କ୍ଷତି ପୂରଣ ବାବଦରେ ପିଡିତାଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପ୍ରକାରେ ୨୦୧୮ ମସିହାରେ ପିଡିତା ଜଣକ ୮ମ ଶ୍ରେଣୀରେ ପଢୁଥିବା ସମୟରେ ତାର ଗାଁରେ ରହୁଥିବା ଜଣେ ସହପାଠୀନି ଘରେ ମିଶି ପାଠ ପଢିବାକୁ ଯାଉଥିଲେ ଏବଂ ବେଳେ ବେଳେ ତାଙ୍କ ଘରେ ରାତିରେ ଶୋଉଥିଲା। ଏହାର ସୁଯୋଗ ନେଇ ସହପାଠୀନିର ବଡ ଭାଇ ବନମାଳୀ ପ୍ରଧାନ (୨୧) ପିଡିତା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ପିଡିତା ଏହାକୁ ବିରୋଧ କରିବାରୁ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା। ଏହିପରି ଦିର୍ଘ ଦିନ ଧରି ତା ସହିତ ଶାରିରୀକ ସମ୍ପର୍କ ରଖି ଆସୁଥିଲା। ତାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ୨୦୨୨ ମସିହାରେ ପିଡିତାଙ୍କ ବଡ ଭଉଣୀ ତାକୁ ପଚାରିବା ପରେ ପିଡିତା ସବୁ କଥା କହିଥିଲା। ପରିବାର ଲୋକେ ଗାଁରେ ବସି ଆଲୋଚନା କରିବା ପରେ ୨୦୨୨ ନଭେମ୍ବର ମାସ ୧୯ ତାରିଖରେ ଟିକାବାଲି ଥାନାରେ ଏହି ସମ୍ପର୍କରେ ଏକ ଅଭିଯୋଗ ପ୍ରଦାନ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ୮୭/୨୦୨୨ ରୁଜୁ କରି ଘଟଣାର ତଦନ୍ତ କରି ବନମାଳୀକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା। ଆଜି ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାକୁ ପୋକ୍ସୋ କୋର୍ଟ ର ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।

Comments (0)
Add Comment