ସାମ୍ବାଦିକ ଙ୍କୁ ଧମକ

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅନ୍ତର୍ଗତ ବାଉଁଶଲୁଣ୍ଡି -୧ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଖବର ପ୍ରସାରଣ କରିଥିବା ସାମ୍ବାଦିକ ଙ୍କୁ ଧମକ ଦିଆଯାଉଛି। ମଙ୍ଗଳବାର ” ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ଅଭିଯୋଗ” ଶୀର୍ଷକରେ ପ୍ରତିଦିନ ଖବର କାଗଜ ରେ ଖବର ପ୍ରସାରଣ ପରେ ସାମ୍ବାଦିକଙ୍କୁ ଧମକ ମିଳିଛି। ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ କେ.ଜ୍ୟୋତି ଆଚାରୀ ଖବର ପ୍ରସାରଣ କରିଥିବା ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଙ୍କୁ ବିଭିନ୍ନ ଲୋକଙ୍କ ଜରିଆରେ ଫୋନ କରି ଧମକ ଦେବା ସହ ନିଜେ ସୋସିଆଲ ମିଡ଼ିଆ ୱାଟ୍ସଅପରେ ମେସେଜ୍ କରି ଧମକ ଦେଇଛନ୍ତି। ଏ ନେଇ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ଓ ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଏବଂ ସିଡ଼ିପିଓ ଲିଲିମା କୁମାରୀ ପଣ୍ଡା ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସିଡ଼ିପିଓ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରକାଶ ଥାଉକି, ବାଉଁଶଲୁଣ୍ଡି -୧ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା କରାଯାଉଥିବା ନେଇ ଗତ ଫେବୃଆରୀ ମାସ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। କାଯ୍ୟରତ ଅଙ୍ଗନବାଡ଼ି କର୍ମୀ ଅଭିଭାବକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥି ସହିତ ଗର୍ଭବତୀ ମହିଳାଙ୍କୁ ୭ ପ୍ରକାର ପୃଷ୍ଟିକର ଖାଦ୍ୟ ଦେବାର ଯେଉଁ ନିୟମ ରହିଛି ତାହା ଫେଲ ମାରିଥିବା ମହିଳା ମାନେ ଲିଖିତ ଅଭିଯୋଗ ଆଣିଛନ୍ତି। ପୋଷଣ ଯୋଜନା କେବଳ କାଗଜକଲମ ରେ ଚାଲିଥିବା ବେଳେ ଗର୍ଭବତୀ ମା’ ମାନଙ୍କୁ ଦିଆ ଯାଉଥିବା ଏହି ଖାଦ୍ୟରେ ହରିଲୁଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ନେଇ ଖବର ପ୍ରସାରଣ କରିବାରୁ ସାମ୍ବାଦିକ ଙ୍କୁ ଧମକ ମିଳିଛି।

Comments (0)
Add Comment