ଶିଶୁ ଚାଲାଣ ବନ୍ଦ ସମ୍ପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ

ବୌଦ୍ଧଗଡ : ମଙ୍ଗଳବାର ବୌଦ୍ଧ ଠାରେ ଥିବା ଜଳ ଛାୟା କାର୍ୟ୍ୟାଳୟର ସଭାଗୃହ ଠାରେ ବିଶ୍ବ ଯୁବ କେନ୍ଦ୍ର ପକ୍ଷରୁ ଶିଶୁ ଚାଲାଣ ବନ୍ଦ ସମ୍ପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବରେ ଜଲଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ବାଲ୍ୟ ବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ହରଭଙ୍ଗା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ, ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ, ଯୋଗ ଦେଇଥିଲେ । ଶିଶୁ ଚାଲାଣ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ଶିଶୁ ଚାଲାଣ ବୃଦ୍ଧି ପାଉଛି । ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ତାହାର ନିରାକରଣ ପାଇଁ ସମସ୍ତେ ଆଗେଇ ଆସିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ପୋଲିସ୍ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ବେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment