ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ-ଏଡିଜି

ପୁରୀ ୧୮।୧୨: ବହୁ ଚର୍ଚ୍ଚିତ ବ୍ରହ୍ମଗିରିର ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତେବେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତ କରି ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ ସହିତ ଆଲୋଚନା କରି ତଦନ୍ତର ସମୀକ୍ଷା କରିଛନ୍ତି। ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ କିଛି ଅଟକ ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ କରିବ ବୋଲି ଏଡିଜି କହିଛନ୍ତି। ତେବେ ତଦନ୍ତରେ ଭଲ ଅଗ୍ରଗତି ଘଟିଛି । ଘଟଣାର ନିଷ୍କର୍ଷ ଖୋଲିବା ନେଇ କ୍ରାଇମବ୍ରାଞ୍ଚ ସମସ୍ତ ଉଦ୍ୟମ କରୁଥିବା ଏଡିଜି କହିଛନ୍ତି।

ଦରକାର ପଡ଼ିଲେ ଏହି ତଦନ୍ତ ନେଇ ଯେଉଁ ବ୍ୟକ୍ତିଙ୍କ ଭୂମିକା ଆସିବ ସେମାନଙ୍କୁ ଜେରା କରାଯିବ। ତେବେ ସଂଜୟ ଦାସ ବର୍ମାଙ୍କୁ ଜେରା ପ୍ରସଙ୍ଗରେ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଏଡିଜି ଏଡାଇ ଦେଇଛନ୍ତି। କେବେ ମୃତ୍ୟୁ ଘଟଣାର ରହସ୍ୟ ଲୋକ ଲୋଚନକୁ ଆସିବେ ସେ ନେଇ ଏଡିଜି କହିଛନ୍ତି, ଏ ନେଇ କିଛି ଦିନ ସମୟ ଲାଗିବ। ସବୁକିଛି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହାର ଖୁଲାସା କରିବ। ତେବେ କ୍ରାଇମବ୍ରାଞ୍ଚ ଏଡିଜି ଚିତ୍ତଙ୍କ ମୃତଦେହ ମିଳିଥିବା ସ୍ଥାନ ପରିଦର୍ଶନରେ ଯିବା ରହିଛି। ସେହିପରି ମୃତକଙ୍କ ପରିବାର ଲୋକଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ମଧ୍ୟ ଭେଟିବାର ସମ୍ଭାବନା ରହିଛି।

ଚିତ୍ତରଞ୍ଜନ ମୃତ୍ୟୁ ଘଟଣା

Chittaranjan's deathChittaranjan's death case
Comments (0)
Add Comment