ବନ୍ଦ ଘରୁ ବାପା -ଝିଅଙ୍କ ମୃତ ଦେହ ଉଦ୍ଧାର

ନୟାଗଡ : ଦେବୋତ୍ତର କଲୋନୀ ୪ ନମ୍ବର ଗଳିର ଏକ ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଟ ଉପରୁ ୫ବର୍ଷୀୟ ଝିଅ ଓ ବାପାଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ସୂଚନାନୁଯାୟୀ, ମୃତ ପୁଲକ ବିଶ୍ୱାଳଙ୍କ ପ୍ରଥମ ସ୍ତ୍ରୀଙ୍କ ବର୍ଷ ତଳେ ମୃତ୍ୟୁ ଘଟିବା ପରେ ଆଉଥରେ ଗତ ୩ ମାସ ତଳେ ସେ ଦ୍ଵିତୀୟ ବିବାହ କରିଥିଲେ। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସୃଷ୍ଟ ରହିଥିବା ବେଳେ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି। ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ। ବାପ ଘରେ ୨ ଦିନ ରହି ବୁଧବାର ରାତିରେ ନୟାଗଡ଼ ସ୍ଥିତ ରହୁଥଥିବା ଘରକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା।ଭିତରୁ ତାଲା ପଡ଼ିଥିବା ଦେଖ୍ ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ମୃତ୍ୟୁବ୍ୟକ୍ତିର ଶଳା ଦିଲ୍ଲୀପ ସ୍ୱାଇଁ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ମୃତ ପୁଲକ ବିଶ୍ୱାଳ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ବେଡ଼ରେ ପଡ଼ିରହିଥିଲା।ସାଇଣ୍ଟିଫିକ ଟିମ ଆସି ସ୍ପଟ ବୁଲିବାପରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ସବକୁ ଘରୁ ବାହାର କରି ସବ ବ୍ୟବଚ୍ଛେଦ ପାଇଁ ପଠା ଗଲା।ପୋଲିସ ଅଧିକ ତଥ୍ୟ ଜାଣିବା ପାଇଁ ଅନୁସନ୍ଧାନ ଜାରିରଖିଛନ୍ତି।

Comments (0)
Add Comment