ପରିତ୍ୟକ୍ତ ଘରେ ଚାଲିଥିଲା ବେଆଇନ୍ ଗର୍ଭପାତ, ୯ ଗିରଫ

କେନ୍ଦ୍ରାପଡ଼ା : ବେଆଇନ ଗର୍ଭପାତ କରୁଥିବା ରାକେଟର ପର୍ଦ୍ଦାଫାସ କରିଛି କେନ୍ଦ୍ରାପଡ଼ା ପୋଲିସ । ବେଆଇନ ଗର୍ଭପାତରେ ନିୟୋଜିତ ୫ ଦଲାଲ, ଦୁଇ ନର୍ସଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି । କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କଟକ ଷ୍ଟେସନ ବଜାର ମଠସାହି ଅଞ୍ଚଳରେ ଏକ ଘରେ ଗର୍ଭପାତ କରାଯାଉଥିବା ବେଳେ ପୋଲିସ ଟିମ୍ ଏହି ରାକେଟକୁ ଧରିଛି।

କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ପରେଶ ବାରିକ ଜଣେ ଯୁବତୀଙ୍କୁ ପ୍ରେମ କରିବା ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ତାକୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣକଙ୍କୁ ନେଇ କଟକ ଜିଲ୍ଲାର ଷ୍ଟେସନ ବଜାର ଅଞ୍ଚଳରେ ଗର୍ଭପାତ କରାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ କେନ୍ଦ୍ରାପଡ଼ା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପ୍ରଥମେ ପରେଶଙ୍କୁ ଗିରଫ କରିଥିଲା । ଏହା ପରେ ଷ୍ଟେସନ ବଜାର ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ହେଲଥ୍ ହୋମ୍ ସେଣ୍ଟରରେ ଚଢ଼ାଉ କରିଥିଲା । ଷ୍ଟେସନ ବଜାର ଅଞ୍ଚଳରେ ଚଢ଼ଉବେଳେ ସେଠାରେ ବେଆଇନ ଗର୍ଭପାତ କରୁଥିବା ପୂରା ତଥ୍ୟ ମିଲିଯାଇଥିଲା । ବେଆଇନ ଗର୍ଭପାତରେ ନିୟୋଜିତ ଘରର ମାଲିକ ଭବାନୀ ଶଙ୍କର, ବିଶ୍ୱଜିତ ଦତ୍ତ, ସୁଜିତ ମହାପାତ୍ର ଓ ପପୁ । ଗର୍ଭପାତରେ ବ୍ୟବହୃତ ସାମଗ୍ରୀ ସବୁ ମଧ୍ୟ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ସ୍ଥାନୀୟ ଏକ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ସହିତ ଚାରି ବର୍ଷ ତଳୁ ଫେସବୁକରେ ପରେଶର ବନ୍ଧୁତା ସ୍ଥାପନ ହୋଇଥିଲା।

କିଛିଦିନ ପରେ ମୁଦାଲା ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକ ଭଡ଼ା ଘରେ ରଖି ଗର୍ଭବତୀ କରାଇଥିଲା । ଜୁଲାଇ ୨୫ରେ ମୁଦାଲାର ପରିବାର ଲୋକ ସେଠାରେ ପହଁଚି ମାରପିଟ୍ କରିବାରୁ ଛାତ୍ରୀଜଣକ ପୁଲିସ୍ର ସହାୟତା ମାଗି ନିରାଶ ହୋଇଥିଲା । ଅଗଷ୍ଟ ୬ ତାରିଖରେ ଜଣେ ଦଲାଲ ବିଶ୍ୱଜିତ ଦତ୍ତ ସହଯୋଗରେ ଗର୍ଭପାତ କରାଇଥିଲେ । ଏଥିରେ ହେଲଥ ହୋମର ନର୍ସ ମାନସୀ ରାଉତ ଛାତ୍ରୀର ଗର୍ଭପାତ କରିଥିଲେ । ପରେ ଛାତ୍ରୀଙ୍କୁ ନେଇ ଏକ ବାଳିକା ହଷ୍ଟେଲରେ କରିଥିବା ବେଳେ ପୀଡ଼ିତା କୌଶଳକ୍ରମେ ଆସି ସଦର ଥାନାରେ ଅଭିଯୋଗ କରିଥିଲା । ଏନେଇ ସଦର ଥାନାକେସ୍ ନଂ ୪୭୦ରେ ଏକ ମାମଲା ରୁଜ କରି ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସରିତା ମହାପାତ୍ର ତଦନ୍ତ କରୁଥିଲେ ।

Comments (0)
Add Comment