ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୬୦,୦୦୦ଙ୍କା ଜୋରିମାନା

ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର, ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାର ରେ ବିଚାର କରି ତାଲେଶ୍ଵର ମଲ୍ଲିକ ପିତା ଦଶରଥ ମଲ୍ଲିକ ଗ୍ରାମ -ବାଲିକିଆ (ବାଲିଗୁଡା)କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୬୦,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୩ଵର୍ଷ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। ସୁଚନା ଅନୁସାରେ ପିଡୀତା ତା ୦୬.୦୩.୨୦୨୨ରିଖ ରାତ୍ର ୭ଟା ବେଳେ ଟିଭି ଦେଖିବାକୁ ଅଭିଯୁକ୍ତ ଘରକୁ ଯାଇଥିଲା। ଅଭିଯୁକ୍ତ ଚକୋଲେଟ୍ ଦେବା ବାହାନାରେ, ପିଡୀତାର ପାଟି ବନ୍ଦ କରି ଟେକିନେଇ ବିଲମାଳରେ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ଫଳରେ ପିଡୀତା ବେହୋସ୍ ହୋଇ ବିଲମାଳରେ ପଡ଼ିଥିଲା। ସୁନିଲ୍ ମଲ୍ଲିକ ଝାଡ଼ା ଯିବା ଦେଖି ,ଖବର ଦେବାରୁ ପିଡୀତା ର ମାଆ ଏବଂ ବଡ଼ ମାଆ ଯାଇ ବେହୋସ୍ ଅବସ୍ଥାରେ ପିଡୀତାକୁ ଘରକୁ ଆଣିଥିଲେ। ଏ ସଂକ୍ରାନ୍ତରେ ତା ୦୭.୦୩.୨୦୨୨ରିଖ ରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ମାମଲାକୁ ଥାନା କେଶ୍ ନ°୫୫/ ୨୨ ରେ ମାମଲା ରୁଜୁ କରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ଉକ୍ତ ମାମଲାର ବିଚାରଣା କରି ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତାକୁ କ୍ଷତି ପୂରଣ ଅର୍ଥ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments (0)
Add Comment