ଅକାଳରେ ଚାଲିଯାଉଛି ଜୀବନ

ଏବେ ବଦଳିଛି ସରକାର, ଆଉ ବଦଳିଛି ସରକାରୀ କଳ ; ହେଲେ ବଦଳି ପାରୁନି ସ୍ଥାନୀୟ ପ୍ରଶାସନ l

ରସୁଲପୁର : ସରକାରୀ ବାବୁ ମାନଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ମୁନଫା ଖୋର ଅଫିସରଙ୍କ ମାର୍ଫତଦାରୀରେ ଚାଲୁଥିବା ବେଆଇନ ବାଲିଘାଟ ପାଇଁ ଅକାଳରେ ଚାଲିଯାଉଛି ବହୁମୂଲ୍ୟ ଜୀବନ l ମୁନାଫାଖୋର ସରକାରୀ ଅଧିକାରୀଙ୍କୁ ମୋହରା କରି ଦୈନନ୍ଦିନ ନଦୀ ବାଲି ଲୁଟ ହେଉଥିବାର ସୂଚନା ସାମ୍ନାକୁ ଆସୁଛି l ଖାଲି ସେତିକି ନୁଁହେ, ପରିମାଣ ଠାରୁ ଢେର ଅଧିକ, ବଡ଼ବଡ଼ ମେସିନ ସାହାଯ୍ୟରେ ନଦୀ ବାଲିକୁ ଲୁଟ କରୁଛନ୍ତି ସ୍ଥାନୀୟ ବାଲି ମାଫିଆ l ଯାହା ଫଳରେ ନଦୀ ମଧ୍ୟରେ ସୃଷ୍ଟି ହେଉଛି ମନୁଷ୍ୟକୃତ ବଡ଼ ବଡ଼ ଖାଲ l ଏଥିଯୋଗୁଁ ଦୈନଦିନ ନଦୀ ଉପରେ ଭରସା କରି ଚାଲୁଥିବା ପାଖ ଅଞ୍ଚଳର ଲୋକ, ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l କେତେବେଳେ ଗୃହ ପାଳିତ ଗାଈ ଗୋରୁଙ୍କ କଥା କୁହନ୍ତୁ ତ, କେତେବେଳେ ନଦୀ କୁଳିଆ ଲୋକଙ୍କର ବହୁମୂଲ୍ୟ ଜୀବନ l ସତେ ଯେମିତି ନଦୀରେ ବାଜି ଲାଗୁଛି ସେମାନଙ୍କ ଜୀବନ l ଗୋଟେ ପଟେ ମାଫିଆ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀ, ଏହେତୁକ ଅନୁକମ୍ପା ପାଇ ନିଜ ପାକେଟ ଗରମ କରୁଥିବା ବେଳେ, ଅକାଳରେ ପଡି ଜୀବନ ହରାଉଛନ୍ତି ନଦୀ କୁଳିଆ ଲୋକ l

ତେବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ l ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଜିଲାର ବ୍ରାହ୍ମବରଦା ଥାନା ମହେଶ୍ବରପୁର ପଞ୍ଚାୟତ ଚାନ୍ଦପୁର ଅଞ୍ଚଳର ଦୁଇ ଯୁବକ ନଦୀକୁ ଗାଧେଇ ବାକୁ ଯାଇଥିବା ବେଳେ ଗଭୀର ଜଳକୁ ଗୋଡ ଖସିଯିବା ଫଳରେ ସେମାନେ ବୁଡି ଯାଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ସେକ୍ ଜଲlଲ ମହମ୍ମଦ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ l ଶେଷରେ ଘଟଣା ସ୍ଥଳରେ ଉଦ୍ଧାର କରିବାକୁ ପହଞ୍ଚିଥିଲେ ଓଡ୍ରାଫ ବାହିନୀ l ପାଖାପାଖି ୨୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗ୍ରାମବାସୀଙ୍କ ସହାୟତାରେ ପାଣିରୁ ଉଦ୍ଧାର କରାଯାଇଥିଲା ମୃତ ଛାତ୍ରଙ୍କ ଶରୀର l ତେବେ ସେଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ପାଇଁ ଗଭୀର ଖାଲ ସୃଷ୍ଟି ହୋଇଛି l ଯାହା ଫଳରେ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l

Comments (0)
Add Comment