ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ଅସ୍ବାଭାବିକ ମୃତ୍ୟୁ, ପରିବାର ଆଣିଲା ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର, (ହୀପ୍ର): ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କର ଗତ କାଲି ରାତିରେ ଭୁବନେଶ୍ବର ଏଏମସରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ତାଙ୍କ ମାଆ ଓ ଭଉଣୀଙ୍କର ଏପରି ଅଭିଯୋଗ ନୂଆ ବିବାଦ ଠିଆ କରାଇଛି।

ବଲାଙ୍ଗିରରେ ସୁଟିଂ ଚାଲିଥିବାବେଳେ ପ୍ରାୟ ୧୫ଦିନ ପୂର୍ବେ ରୁକସନା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଛି । ସୁଟିଂ ସେଟରେ ତାଙ୍କୁ ଜୁସ୍ ପିଇବାକୁ ଦିଆଯାଇଥିଲା । ପରେ ଶୋଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଛି । ରୁକ୍ସନାଙ୍କର ସ୍କ୍ରବ୍ ଟାଇଫସରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏମସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ଏହି ଗାୟିକା ସମ୍ବଲପୁରୀ ଗୀତରେ କଣ୍ଠ ଦାନ କରିଥିବାବେଳେ କିଛି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

aims hospital bhubaneswardeathodia newsodisha newsruksana deathruksana singer
Comments (0)
Add Comment