ରକ୍ତ ମୁଖା ପାଲଟିଲା ନାବାଳକ ପ୍ରେମିକ

ଝିଅର ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କଲା

ଭୁବନେଶ୍ୱର : ଏକ ତରଫା ପ୍ରେମରୁ ଜଣେ ହତାଶ ନାବାଳକର ଜଘନ୍ୟ ହତ୍ୟାକାଣ୍ଡ ଭୁବନେଶ୍ୱରରେ ଚାନ୍ଚଲ୍ୟ ସୃଷ୍ଟି କରିଛି। ଏହି ଏକତରଫା ପ୍ରେମରେ କଣ୍ଟା ସାଜିଥିବା ଝିଅର ଦାଦାଙ୍କୁ ରାସ୍ତାରୁ ହଟାଇ ଦେଇ ଫେରାର ହୋଇ ଯାଇଛି । ଖଣ୍ଡଗିରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତକୁ ଅଟକ ରଖିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ବିଫଳ ହୋଇ ରକ୍ତ ମୁଖା ହୋଇଯାଇଥିଲା ପ୍ରେମିକ । ତେଣୁ ଝିଅର ଦାଦାକୁ ଅତି ବିଭତ୍ସଭାବେ ହତ୍ୟା କରିଛି ନାବାଳକ ପ୍ରେମିକ । ଯୁବକଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି ପ୍ରେମିକ । ରାଜଧାନୀ ଭୁବନେଶ୍ୱର ଖଣ୍ଡିଗିରି ଥାନା ଅଞ୍ଚଳର ମୃତକ ହେଲେ ଜଗତ ମଲ୍ଲିକ (ଜଗା) ।

ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳର ଜଗା ମଲ୍ଲିକଙ୍କ ଝିଆରୀକୁ ଉକ୍ତ ସାହିର ଏକ ନାବାଳକ ଏକ ତରଫା ପ୍ରେମ କରୁଥିଲା। ନାବାଳକ ଜଣକ ଯୁକ୍ତ-୨ର ଛାତ୍ର ଥିଲେ । ସେ ଜଗାଙ୍କ ଝିଆରୀକୁ ଏକ ତରଫା ପ୍ରେମ କରୁଥିଲେ । ଏହି ପ୍ରେମ ସମ୍ପର୍କକୁ ଜଗା ବିରୋଧ କରୁଥିଲେ । ଏପରିକି ଝିଆରୀ ଜୀବନରୁ ହଟିଯିବାକୁ ଧମକ ଦେଉଥିଲେ । କିନ୍ତୁ ନାବାଲକଟି ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲା । ନାବାଳକଟି ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।

ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ବାଇକ ଯୋଗେ ଫେରୁଥିବାବେଳେ ନାବାଳକ ଜଣକ ଖଣ୍ଡାରେ ତାଙ୍କ ବେକକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଗାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । ଏହାପରେ ନାବାଳକ ଜଣକ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ପ୍ରାୟ ୨ ଘଣ୍ଟା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଧରିଥିଲା । ନାବାଳକର ବାପା ନାଁରେ ମଧ୍ୟ ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି । ପୋଲିସ ଘଟଣାରୁ ତଦନ୍ତ ଆରମ୍ଭ କରିଛି I

Comments (0)
Add Comment