ହାର୍ଟ ସର୍ଜରୀ କଲେ ବଲିଉଡର କମେଡି କିଙ୍ଗ୍‌ ସୁନୀଲ ଗ୍ରୋଭର

ବଲିଉଡର କମେଡି କିଙ୍ଗ ତଥା ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତାଙ୍କୁ ହାର୍ଟ ସର୍ଜରୀ କରିବାକୁ ପଡିଛି । ସେ ମୁମ୍ବାଇର ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟରେ ଅସ୍ତ୍ରୋପଚାର କରିଥିଲେ ଏବଂ ଏବେ ମଧ୍ୟ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ସେ ଏବେବି ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ ସୁନୀଲ ଗ୍ରୋଭର ଟିଭି ଜଗତରେ ଏବଂ ପ୍ରଶଂସକଙ୍କ ମଧ୍ୟରେ ‘ଗୁନି୍ଥ’ ଏବଂ ‘ଡ. ମହଶୂର ଗୁଲାଟି’ ଭାବରେ ଖୁବ ପରିଚିତ ।
ବଲିଉଡର ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୁନୀଲଙ୍କ ଚିତ୍ର ସେୟାର କରି ସୁନୀଲ ଗ୍ରୋଭରଙ୍କ ହାର୍ଟ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି । ସୁନୀଲ ଗ୍ରୋଭରଙ୍କ ହୃଦୟ ଅସ୍ତ୍ରୋପଚାର ବିଷୟରେ ପ୍ରଶଂସକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଶଂସକମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଟୁଇଟ୍‌ କରୁଛନ୍ତି ଏବଂ ଅଭିନେତାଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛନ୍ତି । ତେବେ ଧ୍ୟାନ ଦେବା କଥା ଯେ ସୁନୀଲ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସର୍ବଦା ସକ୍ରିୟ ରହିଆସିଛନ୍ତି । ତାଙ୍କ ଅସୁସ୍ଥତା ସହ ଜଡିତ କୌଣସି ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Comments (0)
Add Comment