ନୂଆଦିଲ୍ଲୀ: କୋଭିଡରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶୀରୋଦକର। ଏନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।ଏହା ସହ ସେତାଙ୍କ ଫଲୋଅରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଶିଳ୍ପା ନିକଟରେ ବିଗ୍ ବସ୍ ୧୯ରେ ନଜର ଆସିଥିଲେ।ସେପଟେ ଶିଳ୍ପାଙ୍କ ପୋଷ୍ଟରେ କମେଣ୍ଟ ରଖିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଶିଳ୍ପାଙ୍କୁ କୋଭିଡ ହୋଇଥିବା ଜାଣି ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ସୋନାକ୍ଷୀ।