ନୂଆଦିଲ୍ଲୀ; ଅପହରଣ ଓ ଦୁଷ୍କର୍ମ ମାମଲାରେ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଦିଲ୍ଲୀପ ନିର୍ଦ୍ଦୋଷ । କେରଳ ଏର୍ଣ୍ଣାକୁଲମ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ଦିଲ୍ଲୀପ । ୨୦୧୭ରେ ଜନୈକ ଅଭିନେତ୍ରୀ ଦିଲ୍ଲୀପଙ୍କ ନାମରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଅଣିଥିଲେ । କୋଚିରେ ଚଳନ୍ତା କାରରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ । ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ । ଅନ୍ୟ ୬ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ଜଣାଇଛନ୍ତି ଦିଲ୍ଲୀପ । ମାମଲା ତାଙ୍କ କ୍ୟାରୟରକୁ ନଷ୍ଟ କରି ଦେଇଥିବା କହିଛନ୍ତି ।