ଅଭିନେତା ପୁନିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ବେଙ୍ଗାଲୁରୁ: ହୃଦ୍‌ଘାତର ଶିକାର ହୋଇଛନ୍ତି କନ୍ନଡ଼ ଅଭିନେତା ପୁନୀତ ରାଜକୁମାର। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍‌ ବୋମାଇ ମଧ୍ୟ ହସ୍‌ପିଟାଲ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି। ୪୬ ବର୍ଷୀୟ ପୁନୀତ୍‌ଙ୍କର ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହାର୍ଟଆଟାକ୍‌ ହୋଇଥିଲା। ତା’ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କ ସ୍ଥିତି ନେଇ ଏକ ବୁଲେଟିନ୍ ଜାରି କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

Comments (0)
Add Comment