ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଭାରତ ମିସେସ୍ ଓ୍ଵାର୍ଲ୍ଡର ଟାଇଟଲ୍ ନିଜ ନାମରେ କରିଛି। ସରଗମ କୌଶଲ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ର ବିଜେତା ହୋଇଛନ୍ତି। ସରଗମଙ୍କ ପାଇଁ ଏହି ମୁହୂର୍ତ୍ତ ବେଶ ଭାବୁକପୂର୍ଣ୍ଣ ରହିଛି।

ଆମେରିକାରେ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ର ଆୟୋଜନ ହୋଇଛି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ବଲିଉଡର ବଡ ତାରକା ଅଂଶଗ୍ରହଣ କରିଥିଲେ। ତେବେ ୨୧ ବର୍ଷ ପରେ ଭାରତ ପକ୍ଷରୁ ସରଗମ ମିସେସ୍ ଓ୍ଵାର୍ଲ୍ଡ ୨୦୨୨ ଜିତିଛନ୍ତି। ଟାଇଟଲ୍ ଜିତିବା ପରେ ସରଗମଙ୍କୁ ମଞ୍ଚରେ ବହୁତ ଭାବବିହ୍ଵଳ ଦେଖିବାକୁ ମିଳିଥିଲା। ଟାଇଟଲ୍ ଜିତିବା ପରେ ସରଗମଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଏହା ପୂର୍ବରୁ ୨୦୦୧ରେ ଆଦିତି ଗୋଭିତ୍ରିକର ମିସେସ୍ ଓ୍ଵାର୍ଲ୍ଡ ଟାଇଟଲ୍ ଜିତିଥିଲେ।

କୌଶଲ ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ନେଭିରେ ଜଣେ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସଫଳତାର ଶ୍ରେୟ ସେ ତାଙ୍କ ପିତା ଓ ସ୍ୱାମୀଙ୍କୁ ଦେଇଛନ୍ତି । ୩୨ ବର୍ଷିୟା କୌଶଲ ଜାମ୍ମୁ କାଶ୍ମୀରର ବାସିନ୍ଦା । ସେ ଏବେ ବିଶାଖାପାଟଣାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।