ସିଂହଳୀ ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଭିନ୍ନ ଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାର ରହିଥାନ୍ତି । ନିକଟରେ ସୁରେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କ ନାମକୁ ନେଇ ଖୁବ ଚର୍ଚ୍ଚା ହୋଇଥିବା ବେଳେ ତାଙ୍କର ଗୀତ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ହେଡଲାଇନରେ ରହିଛନ୍ତି । ଜ୍ୟାକଲିନଙ୍କ ପ୍ରଶଂସକଙ୍କ ସଂଖ୍ୟା ବହୁତ ବେଶୀ । ସେମାନେ ତାଙ୍କର ପ୍ରତିଟି ପୋଷ୍ଟ ଉପରେ ପ୍ରଶଂସକମାନେ ମଜାଦାର କମେଣ୍ଟ ଦେଇଥିବାର ନଜିର ରହିଛି । କିନ୍ତୁ ଆପଣ ଜାଣନ୍ତି କି ଏପରି ଦୁଇଟି ଜିନିଷ ଅଛି, ଯେଉଁଥିପାଇଁ ଜ୍ୟାକଲିନ କ୍ରୋଧିତ ହୁଅନ୍ତି ।
ବାସ୍ତବରେ, ଏକ ଶୋ’ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ସହ କଥା ହେବାବେଳେ ସେ ତାଙ୍କ ଜୀବନର ଅନେକ ଦିଗ ବିଷୟରେ କହିଥିଲେ । ଏହି ସମୟରେ ଜ୍ୟାକଲିନ୍ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ କାହାଣୀ ଏବଂ ତାଙ୍କ ପରିବାର ବିଷୟରେ ମଧ୍ୟ କହିଥିଲେ । ଜ୍ୟାକଲିନ୍ କହିଥିଲେ ଯେ ତାଙ୍କ ପରିବାରରେ ଅନେକ ପଶୁ ଏବଂ ପକ୍ଷୀ ଥିବାବେଳେ ସେ ନିଜେ ଅନେକ ଗୃହପାଳିତ ପଶୁ ମଧ୍ୟ ରଖିଛନ୍ତି । ବାର୍ତ୍ତାଳାପ ସମୟରେ ଜ୍ୟାକଲିନ କହିଥିଲେ ଯେ ଦୁଇଟି ଜିନିଷ ଅଛି ଯାହା ତାଙ୍କୁ ବିରକ୍ତ କରେ, ଯାହା ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ଏବଂ ୮ ଘଣ୍ଟା ଶୋଇବାକୁ ନଦେବା ।