ବିବାହ ପ୍ରସ୍ତୁତିରେ ଲାଗିପଡିଲେଣି ଆଲିଆ ଓ ରଣବୀରଙ୍କ ପରିବାର, ତାରିଖକୁ ନେଇ ଆସିଲା ବଡ ଖବର

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ୨୦୨୨ ମସିହାରେ ଏହି ପ୍ରେମ ଯୋଡି ହାତକୁ ଦି ହାତ ହେବେ ବୋଲି କୁହାଯାଉଛି । ସୂଚନାନୁସାରେ, ବିବାହ ପାଇଁ ପ୍ରସ୍ତୁତି କ୍ରମାଗତ ଭାବେ ଚାଲିଛି ଏବଂ ଏହି ବର୍ଷ ଏହି ଯୋଡି ସାତଫେରି ନେଇ ସାତ ଜନ୍ମର ସାଥୀ ହେବେ । ଏହାପୂର୍ବରୁ କୁହାଯାଇଥିଲା ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଡିସେମ୍ବର ୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା ।
ବର୍ତ୍ତମାନ ଇ-ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏପ୍ରିଲରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, କପୁର ଏବଂ ଭଟ୍ଟ ପରିବାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁଯାୟୀ, ‘କୁହାଯାଉଛି ଯେ ଆଲିଆ-ରଣବୀର ରଣଥାମ୍ବୋରରେ ବିବାହ କରିବେ । କାରଣ ଉଭୟେ ଏଠାକୁ ଅଧିକାଂଶ ସମୟ ଛୁଟି କଟାଇବାକୁ ଯାଇଥାନ୍ତି ଏବଂ ଏହା ସେମାନଙ୍କର ପ୍ରିୟ ସ୍ଥାନ ଅଟେ ।’
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇରେ ବିବାହ କରିବେ । ଏହି ଦମ୍ପତି ସେମାନଙ୍କ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିବେ । ଖବର ଅନୁଯାୟୀ, ବିଳାସପୂର୍ଣ୍ଣ ବିବାହ କରିବା ପରିବର୍ତ୍ତେ ରଣବୀର କପୁର ଏବଂ ଆଲିଆ ଭଟ୍ଟ କିଛି ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ଭାବନା ଦୃଷ୍ଟିରୁ ଏହାକୁ ସ୍ୱତନ୍ତ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଜଣା ଯେ ଉଭୟ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଥେଷ୍ଟ ସଂରକ୍ଷିତ ।

Comments (0)
Add Comment