ଛାଡପତ୍ର ପରେ ପ୍ରଥମ ଥର ଏକାଠି ନଜର ଆସିଲେ ନାଗା-ସାମନ୍ଥା

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ ସାମନ୍ଥା ଏବଂ ସୁପରଷ୍ଟାର୍ ନାଗା ଚୈତନ୍ୟ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କପଲ୍ ମାନଙ୍କ ମଧ୍ୟରେ ଜଣେ ଥିଲେ। ସେମାନଙ୍କ ଛାଡପତ୍ର ଖବରରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଥିଲା। ଦୁହେଁ ଛାଡପତ୍ର ଘୋଷଣା କରିବା ପରେ ଅଲଗା ହୋଇଯାଇଥିଲେ। ଏପରିକି ସେମାନଙ୍କୁ କୌଣସି ସ୍ଥାନରେ ଏକାଠି ଦେଖାଯାଇ ନଥିଲା। କିନ୍ତୁ ନିକଟରେ ଦୁହିଁଙ୍କୁ ଗୋଟିଏ ସ୍ଥାନରେ ସ୍ପଟ୍ କରାଯାଇଥିଲା। ହାଇଦ୍ରାବାଦର ରାମନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କୁ ଦେଖିବାକୁ ମିଳିଥିଲା।
ଖବର ଅନୁଯାୟୀ, ହାଇଦ୍ରାବାଦର ରାମାନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ସେମାନଙ୍କର ଫିଲ୍ମର ସୁଟିଂ ହେତୁ ଏଠାକୁ ଆସିଥିଲେ। ନାଗା ତାଙ୍କ ଫିଲ୍ମ ‘ବଙ୍ଗାରାଜୁ’ର ସୁଟିଂ ପାଇଁ ସେଠାରେ ପହଞ୍ଚିଥିବାବେଳେ ସାମନ୍ଥା ତାଙ୍କ ଫିଲ୍ମ’ ଯଶୋଦା’ର ସୁଟିଂ ପାଇଁ ପହଞ୍ଚିଥିଲେ।
ନାଗା-ସାମନ୍ଥା ହୁଏତ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇନଥିଲା। ସୁଟିଂ ପରେ ଉଭୟ ନିଜ ନିଜ ଗାଡିରେ ବସି ସେହି ସ୍ଥାନ ଛାଡିଥିଲେ।

Comments (0)
Add Comment