ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଥିଲେ ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ

ଆପଣଙ୍କ ଘରେ ବାସ୍ତୁ  ଦୋଷ ଅଛି କି? ଯାହା ଲାଗି ଘରେ ସୁଖଶାନ୍ତି ରହୁନି। ଯେତେ ରୋଜଗାର କଲେ ମଧ୍ୟ ପରିବାରର ଆର୍ଥିକ ସମସ୍ୟା ଦୂର ହେଉନି। ସର୍ବଦା ଘରେ କଳହ ଓ ଅଶାନ୍ତି ଲାଗି ରହୁଛି । ତେବେ ଆମେ ଆଜି ବାସ୍ତୁ ଦୋଷ ଦୂର ବିଷୟରେ କିଛି ଉପାୟ କହିବୁ। ଯାହାକୁ ମାନିଲେ ଆପଣଙ୍କ ପରିବାରରୁ ଏ ସବୁ ସମସ୍ୟା ଦୂର ହୋଇପାରିବ।

୧-ଘର ଆଗରେ ତୁଳସୀ ଗଛ ଥିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଆପଣ  ଘର ଆଗରେ ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ଶ୍ୱେତ ତୁଳସୀ ଏବଂ ନିମ୍ବୁ ତୁଳସୀ ଆଦି ଲଗାଇପାରିବେ।

୨-ସ୍ନାନଘରେ ନୀଳରଙ୍ଗର ବାଲଟି ରଖିବା ଅତ୍ୟନ୍ତ ଶୁଭଦାୟକ। ଏହାକୁ କେବେ ଖାଲି ରଖିବେ ନାହିଁ। ଏହାକୁ ରଖିବା ଦ୍ୱାରା ସୁଖଶାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧି ହୋଇଥାଏ।

୩-ଘରେ କେବେ ଭଙ୍ଗା ଆଇନା, ଘଣ୍ଟା ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦୂର ହୁଏ ନାହିଁ।

୪-ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ  ଏବଂ ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପଙ୍ଖ ରଖନ୍ତୁ।

୫-ଆର୍ଥିକ ସମସ୍ୟା ସମସ୍ୟା ଦୂର କରିବା ପାଇଁ ଘରର ପ୍ରବେଶ ଦ୍ୱାର ନିକଟରେ ଲାଫିଙ୍ଗ୍‍ ବୁଦ୍ଧଙ୍କ ମୁର୍ତ୍ତି ରଖନ୍ତୁ।

Comments (0)
Add Comment