ସୀମନ୍ତରେ ସିନ୍ଦୁର ଲଗାଇବା ସୁହାଗିନୀ ସ୍ତ୍ରୀର ସୂଚକ ଅଟେ । ହିନ୍ଦୁ ବିବାହିତ ରମଣୀମାନେ ସିନ୍ଦୁର ଲଗାଇ ଥାଆନ୍ତି । କୁମାରୀ କନ୍ୟା ଓ ବିଧବା ସ୍ତ୍ରୀ ଏହା ଲଗାଇବା ନିଷେଧ ଅଟେ ।
ଏହା ବ୍ୟତୀତ ସିନ୍ଦୁର ଲଗାଇବା ଦ୍ୱାରା ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧିପାଇଥାଏ । ବିବାହ ସଂସ୍କାର ସମୟରେ ବର ନବବଧୂର ମସ୍ତକରେ ମନ୍ତ୍ରୋଚ୍ଚାରଣ ସମୟରେ ପାଞ୍ଚ ଅଥବା ସାତଥର ଦୁଇ ଆଙ୍ଗୁଠି(ବୃଦ୍ଧାଙ୍ଗୁଷ୍ଠି ଓ ବିଶି ଆଙ୍ଗୁଠି)ରେ ସିନ୍ଦୁର ପକାଇଥାଏ । ତାହାପରେ ବିବାହ କାର୍ଯ୍ୟ ସମାପ୍ତ ହୋଇଯାଇଥାଏ । ସେହିଦିନଠାରୁ ସ୍ତ୍ରୀଲୋକଟି ତାର ପତିର ଦୀର୍ଘାୟୁ ପାଇଁ ପ୍ରତିଦିନ ସିମନ୍ତରେ ସିନ୍ଦୁର ଲଗାଇଥାଏ । ସୀମନ୍ତର ସିନ୍ଦୁର ସ୍ତ୍ରୀଙ୍କ ଶୃଙ୍ଖାରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।