ଚଢେ଼ଇମାନେ ଦିଗ ଜାଣନ୍ତି କିପରି

ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଆସିବାପରେ ବି ପୁଣି ନିଜ ପ୍ରକୃତ ବାସସ୍ଥଳୀକୁ ଫେରିଯାଇଥାନ୍ତି । ଏଥିରୁ ଏହା ଜଣା ପଡେ ଯେ, ସେମାନେ ଦିଗ ଏବଂ ନିଜ ତଥା ବାସସ୍ଥଳୀର ଅବସ୍ଥିତି ଜାଣବାରେ ଓସ୍ତାଦ ଅଟନ୍ତି । ହେଲେ ସେମାନେ ଏହା ଜାଣନ୍ତି କେମିତ? ବର୍ଷ ବର୍ଷ ଧରି ବୈଜ୍ଞାନକମାନଙ୍କୁ ତାହାର ଉତର ମିଳିଛି । ସେମାନେ ଦାବି କରିଛନ୍ତି ଯେ, ପକ୍ଷୀ ଆଖିରେ ଥିବା ଏକପ୍ରକାର ପ୍ରୋଟିନ୍ ଯୋଗୁ ସେମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଦିଗ ଜାଣିବାରେ ସଫଳ ହୋଇଥାନ୍ତି । ଏହାହିଁ ତାଙ୍କୁ ଦିଗ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ । ଏହି ବିଷୟ ଉପରେ ସ୍ୱିଡେନରଲ୍ୟାଣ୍ଡ ୟୁନିଭରସିଟି କାର୍ଲ ଭନ ଓସିଟିଜକିର ଗବେଷକମାନେ ମିଳିତ ଭାବେ ଅଧ୍ୟୟନ କରିଥିଲେ । ସେମାନଙ୍କ କହିବାଅନୁସାରେ, ପକ୍ଷୀମାନଙ୍କ ଆଖିରେ ସିଆର୪ ନାମକ ଏକ ପ୍ରୋଟିନ୍ ରହିଥାଏ । ଏହି ପ୍ରୋଟିନ୍ ପକ୍ଷୀମାନଙ୍କ ଆଖି ମସ୍ତିଷ୍କ ଏବଂ ମାଂଶପେଶୀରେ ସବୁବେଳେ ଉପଲବ୍ଧ । ଏପ୍ରକାର ପ୍ରୋଟିନ ନୀଳରଙ୍ଗର ଆଲୋକ ପ୍ରତି ସମ୍ଭେଦନଶୀଳ । ଏହା ଯୋଗ ପକ୍ଷୀମାନେ ସାଧାରଣ ଦୃଶ୍ୟକୁ ଦେଖିବା ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ବି ଲକ୍ଷ୍ୟ କରିପାରିନ୍ତି । ଆଉ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଦିଗ ସାହାଯ୍ୟରେ ନିଜର ମାର୍ଗ ଠିକ୍ ଭାବେ ନିର୍ଦ୍ଧାରଣ କରିଥାନ୍ତି ।

Comments (0)
Add Comment