କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ ରୂପି ଆଦିକୁ ଦୂର କରି ଦେଇଥାଏ। କହି ରଖୁଛୁ, ମାୟୋନିଜ୍‌ରେ ଅଣ୍ଡା ରହିଥାଏ, ଯାହାକି ପ୍ରୋଟିନ୍‌ଯୁକ୍ତ ହୋଇଥାଏ। ଏଥି ସହିତ ଭେଜିଟେବୁଲ ଅଏଲ ଓ ସିର୍‌କା ବି ଏଥିରେ ରହିଛି। ଏହା କେଶକୁ ପୋଷଣ ଦେଇ ଏହାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ ମାୟୋନିଜ୍‌ ଲଗାଇବାର ଫାଇଦା ଏବଂ ଏହାକୁ କିପରି ବ୍ୟବହାର କରାଯିବ, ତାହା ବିଷୟରେ କହିବୁ।

– ମାୟୋନିଜ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ଏମିନୋ ଏସିଡ୍‌ ରହିଥାଏ, ଯେଉଁ କାରଣରୁ ଏହା ଆପଣଙ୍କ କେଶକୁ ଶୀଘ୍ର ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ମହଜୁଦ ପ୍ରୋଟିନ୍‌ କେଶ ମୂଳକୁ ମଜଭୁତ କରି ଏହାକୁ ଘନ ବନାଇବାରେ ସାହାଯ୍ୟ କରିଥାଏ।

– ମାୟୋନିଜ୍‌ କେଶକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ମୁଣ୍ଡର ତାଳୁକୁ ପୋଷଣ ଦେଇ କେଶକୁ ସୁସ୍ଥ ରଖିଥାଏ।

-ଏହା କେଶ ପାଇଁ ଏକ ଭଲ କଣ୍ଡିଶନର ରୂପେ କାମ କରିଥାଏ। କେଶକୁ ସୁସ୍ଥ ରଖି ଏହାକୁ ଶୀଘ୍ର ବଢ଼ାଇବାରେ ସାହାଯ୍ୟ କରିଥାଏ।

-ଆଜିକାଲି କେଶ ରୁକ୍ଷ ହୋଇଯିବା ତଥା ସେଥିରୁ ନମନୀୟତା ହ୍ରାସ ପାଇଯିବା ସାଧାରଣତଃ ରୂପି ସମସ୍ୟା ଯୋଗୁ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ମାୟୋନିଜ୍‌ ବ୍ୟବହାର କରି ପାରିବେ। ଏହା ଆପଣଙ୍କ ମୁଣ୍ଡ ତାଳୁରେ ମହଜୁଦ ଥିବା ବ୍ୟାକ୍ଟେରିଆକୁ ହଟାଇବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା ରୂପି ସମସ୍ୟା କମି ଯାଇଥାଏ।

ମାୟୋନିଜ୍‌ ଲଗାଇବାର ଉପାୟ
ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣ କେଶକୁ ଭଲ ଭାବେ ଓଦା କରି ଦିଅନ୍ତୁ। ଏହାପରେ ମାୟୋନିଜ୍‌କୁ କଣ୍ଡିଶନର ଭଳି ଲଗାନ୍ତୁ ଏବଂ ୫ ମିନିଟ୍‌ ପର୍ଯ୍ୟନ୍ତ କେଶକୁ ମାଲିସ୍‌ କରନ୍ତୁ। ଏହାପରେ ବଡ଼ ଦାନ୍ତ ଥିବା ପାନିଆରେ କେଶ କୁଣ୍ଡାନ୍ତୁ। ଏବେ ମୁଣ୍ଡରେ ଶାଓ୍ଵର କ୍ୟାପ୍‌ ପିନ୍ଧି ନିଅନ୍ତୁ ଏବଂ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ପରେ କେଶକୁ ଶାମ୍ପୁ କରି ନିଅନ୍ତୁ। ଆପଣ ଏମିତି ସପ୍ତାହରେ ଦୁଇଥର କରି ପାରିବେ। କିଛି ଦିନ ଭିତରେ ଆପଣଙ୍କୁ ଫରକ ନଜର ଆସିବ।

Comments (0)
Add Comment