ଆକ୍ରମଣ ହେବ ବୋଲି ପୂର୍ବରୁ ଜାଣିଥିଲି : ଇମ୍ରାନ

ଲାହୋର : ଆକ୍ରମଣର ଦିନକ ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି ଫୋନରେ ଧମକ ଦିଆଯାଉଛି । ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଇମ୍ରାନ ଗଣମାଧ୍ୟମକୁ ଏହି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଗୋଡ଼ରେ ୪ଟି ଗୁଳି ବାଜିଛି । ତାଙ୍କ ସରକାରକୁ ଲୋକମାନେ ଭୋଟ ଦେଇ କ୍ଷମତାକୁ ଆଣିଥିଲେ । ତାଙ୍କ ସରକାରକୁ ଭାଙ୍ଗିଦେବାକୁ ଲୋକମାନେ ପସନ୍ଦ କରୁନାହାନ୍ତି । ଲୋକମାନେ ବର୍ତ୍ତମାନର ସରକାରଙ୍କୁ ପସନ୍ଦ କରୁନାହାନ୍ତି,ଏହା ସତ୍ତେ୍ୱ ସରକାର ନିଜ ନିଷ୍ପତ୍ତିକୁ ଲୋକମାନଙ୍କ ଉପରେ ଲଦିଦେବାକୁ ଚାହୁଁଛନ୍ତି । ପାକିସ୍ତାନର ସରକାରୀ ଏଜେନ୍ସିମାନେ ଗଣତନ୍ତ୍ରକୁ ଚାଲିବାକୁ ଦେଉନାହାନ୍ତି । ପାକିସ୍ତାନୀ ସାମ୍ବାଦିକ ଅରସଦ ସରିଫଙ୍କ ହତ୍ୟାକୁ ଲୋକମାନେ କେବେ ବି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି ।

Comments (0)
Add Comment