ରାଞ୍ଚି : ଝାଡଖଣ୍ଡରେ ଲାଗି ରହିଥିବା କ୍ଷମତା ସଂକଟ ମଧ୍ୟରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଜଣାପଡିଛି । ଏହିକ୍ରମରେ ସେ ଆସନ୍ତାକାଲି ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ତାଙ୍କ ବିଧାୟକ ପଦ ରଦ୍ଦ ହେବା ନେଇ ଲାଗି ରହିଥିବା ଅଡୁଆ ଭିତରେ କାଲି ସୋରେନ ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଆଣି ନିଜ ଶକ୍ତିର ପରୀକ୍ଷା ଦେବେ । ସୋରେନଙ୍କ ପାଖରେ ୪୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ସଂରକ୍ଷଣକୁ ନେଇ ଝାଡଖଣ୍ଡରେ ଲାଗି ରହିଥିବା ବିବାଦ ମଧ୍ୟରେ ଅନୁମାନ କରାଯାଉଛି ଯେ ଏହି ସ୍ୱତନ୍ତ୍ର ଅଧିବେଶନ ଡାକି ସୋରେନ ପଛୁଆ ବର୍ଗଙ୍କ ପାଇଁ ଯେଉଁ ୧୪ ପ୍ରତିଶତ ସଂରକ୍ଷଣ ରହିଛି,ତାହାକୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।