ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଗୁରୁବାର ଦିନ ହାଜର ହେବା ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ(ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ୍ ଜାରି କରିଥିଲା । ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ର୍ନିେଶାଳୟରେ ପହଞ୍ଚିବା ପାଇଁ ଉକ୍ତ ସମନ୍ରେ ଉଲ୍ଲେଖ କରାଯାଇଥିଲା । ହେଲେ ସମନ ପାଇ ବି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇନହାନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କେନ୍ଦ୍ରୀୟ ଏଜେନ୍ସିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ମୁଁ ଦୋଷୀ ତେବେ ଆପଣ ଆସି ମୋତେ ଗିରଫ କରି ଦେଖାଅ । ରାଞ୍ଚିର ମୋରହାବାଦିରେ ପହଞ୍ଚି ହେମନ୍ତ ସୋରେନ କହିଛନ୍ତି ଯେ, ଆମେ ରାଜ୍ୟର କିଛି ବାହ୍ୟ ଗ୍ୟାଙ୍ଗକୁ ଚିହ୍ନଟ କରିଛୁ ଯେଉଁମାନେ ରାଜ୍ୟର ଆଦିବାସୀମାନଙ୍କୁ ସେମାନଙ୍କ ଗୋଡରେ ଠିଆ ହେବାକୁ ଦେଉ ନାହାଁନ୍ତି । ଏହି ରାଜ୍ୟରେ ଝାଡଖଣ୍ଡବାସୀଙ୍କ ଶାସନ ଚାଲିବ ଏବଂ ଅନ୍ୟ କାହାର ନୁହେଁ । ବିଜେପିକୁ ଟାର୍ଗେଟ କରି ହେମନ୍ତ ସୋରେନ କହିଛନ୍ତି ଯେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ଧ୍ୱଂସ କରାଯିବ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରରେ ବିଜେପି ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛି । ଏହି ଷଡଯନ୍ତ୍ର ବିରୋଧରେ ଝାଡଖଣ୍ଡର ଲୋକମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଖଣି ଦୁର୍ନୀତି ମାମଲାରେ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋରେନ୍ଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଇତିମଧ୍ୟରେ ଗିରଫ କରିସାରିଛି ।